ଓଡ଼ଗାଁ, (ବାଘୁଆବାର୍ତ୍ତା): ପବିତ୍ର ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଅଗ୍ନିଦେବଙ୍କ ଜନ୍ମତିଥିରେ ଶ୍ରୀଶ୍ରୀ ଦଧିବାମନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରାଚୀନ କାଳରୁ ଧାରାବାହିକଭାବେ କୁରାଳ ଗ୍ରାମରେ ଅନୁଷ୍ଠିତ ହୋଇ ଆସୁଥିବା ଗ୍ରାମ ଶାନ୍ତି ଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟ ସମାପନ ହୋଇଯାଇଛି। କୁରାଳଗ୍ରାମର ପଣ୍ଡିତ ଯଥା;ପ୍ରଧାନଆଚାର୍ଯ୍ୟ ସନ୍ତୋଷ କୁମାର ତ୍ରିପାଠୀ,ବ୍ରହ୍ମା ନିରଞ୍ଜନ ତ୍ରିପାଠୀ ,ସହକାରୀ ପ୍ରଧାନଆଚାର୍ଯ୍ୟ ଲଳିତ ମୋହନ ତ୍ରିପାଠୀ, ପଣ୍ଡିତ ଦୁର୍ଗାମାଧବ ତ୍ରିପାଠୀ ,ବିଷ୍ଣୁପ୍ରସାଦ ତ୍ରିପାଠୀ ,ରବିରଞ୍ଜନ ତ୍ରିପାଠୀ, ଲିଟୁ ଶତପଥୀଙ୍କ ଦ୍ୱାରା ଯଜ୍ଞକାର୍ଯ୍ୟ ସମାପନ ହୋଇଥିଲା । ମହାମନ୍ତ୍ର ହରେକୃଷ୍ଣ ହରେ ରାମ ଧ୍ୱନିରେ ସମଗ୍ର ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଇନ୍ଦ୍ରଦେବଙ୍କ କୃପାରୁ ଅବିରତ ବାରିଧାରା ସମଗ୍ର ଅଞ୍ଚଳକୁ ଏକ ଶାନ୍ତ ଏବଂ ସୁସ୍ଥ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଥିଲା ।ସମଗ୍ର କାର୍ଯ୍ୟକ୍ରମକୁ କୁରାଳ ଗ୍ରାମବାସୀମାନେ ସହଯୋଗ କରିଥିଲେ।






