ଭଦ୍ରକ,(ବାଘୁଆବାର୍ତ୍ତା): ବସ୍ ଯାତ୍ରୀଙ୍କଠୁ ସୁନା ଚେନ୍ ଛଡ଼ାଇ ଦୌଡ଼ି ପଳାଉଥିବା ବେଳେ ଲୁଟେରାକୁ ମାଡ଼ି ବସିଲେ ଲୋକେ । ଲୁଟେରାକୁ ଧରି ଲୋକମାନେ ନର୍ଧୁମ ମାଡ଼ ମାରିଥିବାର ଜଣାପଡ଼ିଛି । ହେଲେ ଲୁଟେରା ଜଣକ ଲୋକ ମାନଙ୍କ କବଳରୁ ମାଡ଼ଖାଇ ଖସି ଯାଇଛି । ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ଛକରେ । ସୂଚାନାନୁସାରେ, ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହି ବସ୍ ଯାତ୍ରୀଙ୍କ ଠାରୁ ଯୁବକ ଜଣକ ସୁନା ଚେନ ଛଡ଼ାଇ ନେଇ ପଳାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଧରି ନେଇଥିଲେ । ଯାହା ପରେ ଯୁବକକୁ ଲୋକେ ନିର୍ଧୁମ ଛେଚିଥିଲେ । ମାଡ଼ ଖାଇବା ପରେ ଯୁବକ ଜଣକ ସୁନା ଚେନ୍ ଫେରାଇ ଦେଇଥିଲେ । ପୁଲିସକୁ ଆସିବା ପୂର୍ବରୁ ଲୁଟେରା ଜଣକ ମାଡ଼ ଖାଇ ଲୋକଙ୍କ ହାବୁଡ଼ରୁ ଖସି ଦୌଡ଼ି ପଳାଇଥିବା ବେଳେ ସ୍ଥାନୀୟ ଲୋକେ ଗୋଡ଼ାଇଥିଲେ ମଧ୍ୟ ଲୁଟେରାର ପତା ପାଇନଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି ।






