ଓଡ଼ଗାଁ(ବାଘୁଆବାର୍ତ୍ତା): ଗତଶନିବାର ଦିନ ଛତିଶଗଡ଼ ବିଜେପୁର ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ୨୨ ଜଣ ଯବାନ ସହିଦ ହୋଇଥିଲେ ।ଯାହାକୁ ନେଇ ସମଗ୍ର ଦେଶରେ ଶୋକର ଛାୟା ଖେଳିବା ସହ ସମଗ୍ର ଦେଶବାସୀଙ୍କୁ ଏହା ସ୍ତବ୍ଧ ଏବଂ ଚକିତ କରିଥିଲା।
ଏହି ପରିପ୍ରେକ୍ଷୀରେ ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆଜି ଓଡ଼ଗାଁ ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଏକ କ୍ୟାଣ୍ଡେଲ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ଗାନ୍ଧୀ ସ୍ମୃତି ପୀଠ ଠାରୁ ଶୋଭାଯାତ୍ରା ବାହାରି ସମ୍ପୁର୍ଣ୍ଣ ନଗର ପରିକ୍ରମା ସହ ରଘୁନାଥ ମନ୍ଦିର ଭଞ୍ଜମଣ୍ଡପ ଠାରେ ପହଞ୍ଚିଥିଲା।ବିକାଶ ପରିଷଦର ସୁଶାନ୍ତ କୁମାର ସାହୁ ,ପ୍ରକାଶ କୁମାର ସେଠୀ,ବିରେନ୍ଦ୍ର କୁମାର ନନ୍ଦ ,ରବୀନ୍ଦ୍ର କୁମାର ପଣ୍ଡା ,କୃପାସିନ୍ଧୁ ଗୌଡ଼ ଏବଂ ଅନୁଷ୍ଠାନର ଅନ୍ୟସଭ୍ୟମାନେ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ।ଅନ୍ୟପକ୍ଷରେ ଅଟକଥିବା ଯବାନ ରାକେଶ୍ୱର ସିଂ ମନହାସ ଆଜି ମୁକ୍ତି ପାଇଥିବାରୁ ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୁଙ୍କୁ କୃତଜ୍ଞତା ଜଣାଇଥିଲେ।






