ନୟାଗଡ଼,(ବାଘୁଆବାର୍ତ୍ତା) ; ନୟାଗଡ଼ ଟାଉନଥାନା ପୁଲିସ ଆଜି ଜଣେ ବ୍ରାଉନସୁଗର ବ୍ୟବସାୟୀକୁ ଗିରଫ କରିବା ସହିତ ତା ପାଖରୁ ୧ ଗ୍ରାମ ୮୦ ମିଲିଗ୍ରାମ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ସରୋଜ କୁମାର ବାରିକ । ସୂଚନାନୁସାରେ, ଖଣ୍ଡପଡ଼ାରୋଡ଼ ମହାବୀର ପାଟଣାର ସରୋଜ କୁମାର ବାରିକ ସିନ୍ଦରିଆରେ ଘର ଭଡ଼ା ନେଇ ରହୁଥିଲେ । ସେଠାରେ ସେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ନେଇ ପୁଲିସ ସୂଚନା ପାଇବା ପରେ ଆଜି ଚଢ଼ାଉ କରିଥିଲା । ତା ନିକଟରେ ୨୬ ଟି ବ୍ରାଉନସୁଗର ପୁଡ଼ିଆ ଜବତ କରାଯାଇଛି । ଏନେଇ ଟାଉନଥାନାରେ ୭୩/୨୧ରେ ଗୋଟିଏ ମାମଲା ରୁଜୁ କରାଯିବା କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି ।






