Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ୍ ହାତରେ ପିସ୍ତଲ ରାକେଟ: ୩ଗିରଫ୍

by ସଞ୍ଜୟ ସ୍ୱାଇଁ
April 8, 2021
in Crime, State
ପୁଲିସ୍ ହାତରେ ପିସ୍ତଲ ରାକେଟ: ୩ଗିରଫ୍
409
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ବେଆଇନ ପିସ୍ତଲ ରାକେଟର ପର୍ଦ୍ଦାଫାଶ କରିଛି ପୁଲିସ୍ । ଏହି ଘଟଣାରେ ୩ ଯୁବକକୁ ଗିରଫ କରିଛି ପୁଲିସ୍ । ସେମାନଙ୍କ ନିକଟରୁ ୩ଟି ପିସ୍ତଲ, ୬ଟି ଜୀବନ୍ତ ଗୁଳି ଜବତ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା । ସୂଚନାନୁସାରେ, କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ ଦୀର୍ଘଦିନ ହେବ କିଛି ଯୁବକ ବେଆଇନ ଭାବେ ପିସ୍ତଲ ରଖି ଅସାମାଜିକ କାର୍ୟ୍ୟ ଘଟାଇବା ପାଇଁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ଜୟପୁର ସଦର ପୁଲିସ୍ ପ୍ରଥମ ଫମ୍ପୁଣୀ ଗ୍ରାମର ଜଣେ ଯୁବକ ଶଙ୍କର ପ୍ରଧାନଙ୍କ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଶଙ୍କରଠାରୁ ଗୋଟିଏ ପିସ୍ତଲ ଜବତ କରିଥିଲା । ପୁଲିସ୍ ର ଅଧିକ ଜେରା ସମୟରେ ଏହି ପିସ୍ତଲର ଲିଙ୍କରେ ଅନ୍ୟ ଦୁଇ ଯୁବକଙ୍କ ପାଖକୁ ପହଞ୍ଚିଥିଲା । ସେମାନେ ହେଲେ ଦାମାପୁଟର ରାକେଶ କୁମାର ଶୁକ୍ରୀ, ଜୟପୁର ସହର ପାଇକସାହିର ଏମଡି ଅନସର ଅଲ୍ଲୀ ଏମାନଙ୍କଠାରୁ ମଧ୍ୟ ଦୁଇଟି ପିସ୍ତଲ ଜବତ କରିଛି ପୁଲିସ୍ । ତିନି ଅଭିଯୁକ୍ତ ମଧ୍ୟରୁ ମାଷ୍ଟର ମାଇଣ୍ଡ ହେଉଛନ୍ତି ଶଙ୍କର ପ୍ରଧାନ । ତାଙ୍କ ନାଁରେ ଜୟପୁର ସଦର ଥାନାରେ ତିନୋଟି ଅପରାଧିକ ମାମଲା ଥିବାବେଳେ କୁନ୍ଦ୍ରା ଥାନାରେ ଜଣେ ସାମ୍ବାଦିକଙ୍କୁ ଜୀବନରେ ମାରିବା ଭଳି ମାମଲାରେ ଜଡିତ ଅଛନ୍ତି। ଅନ୍ୟପଟେ ରାକେଶ କୁମାର ଶୁକ୍ରୀ ଜଣେ ଓକିଲଙ୍କ ଆକ୍ରମଣ କରିବା ଘଟଣାରେ ଜୟପୁର ଟାଉନ ଥାନାରେ ମାମଲା ରହିଛି । ଅନ୍ୟପଟେ ଗିରଫ ତିନି ଯୁବକଙ୍କଠାରୁ ତିନୋଟି ପିସ୍ତଲ, ୭.୬୫ଏମଏମର ଜୀବନ୍ତ ଗୁଳି, ତିନୋଟି ମୋବାଇଲ ଏବଂ ଏକ ଧଳା ଆପଚି ବାଇକକୁ ଜବତ କରିଥିବା ବେଳେ ପିସ୍ତଲ ରାକେଟର ଚେର କେଉଁଠିକୁ ଲମ୍ବିଛି ଏବଂ ଏହା କେଉଁ ଆସାମାଜିକ କାର୍ୟ୍ୟ ପାଇଁ ବ୍ୟବହାର ହେବାର ଥିଲା ଏବଂ ଗୁଳି କେଉଁଠୁ ଆସିଛି ସେସବୁର ପୁରା ତଦନ୍ତ ଚାଲିଛି ବୋଲି କହିଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!