Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଝି ଆକା‌ଶରେ ଉଲଗ୍ନ ହୋଇଗଲେ ଯାତ୍ରୀ

by ସଞ୍ଜୟ ସ୍ୱାଇଁ
April 8, 2021
in Feature News
ମଝି ଆକା‌ଶରେ ଉଲଗ୍ନ ହୋଇଗଲେ ଯାତ୍ରୀ
598
VIEWS
Share on FacebookShare on Twitter

ବେଙ୍ଗାଲୁରୁ, (ବାଘୁଆବାର୍ତ୍ତା) : ବିମାନ ମଧ୍ୟରେ ଯାତ୍ରୀଙ୍କ ତୁମୁଳକାଣ୍ଡ। ମଝି ଆକାଶରେ ବିମାନ ମଧ୍ୟରେ ଉଲଗ୍ନ ହେଲେ ଯାତ୍ରୀ। ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆ ବିମାନରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଲାଇଫ ଜ୍ୟାକେଟ ନମିଳିବାରୁ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରି ଯାତ୍ରୀଜଣକ ଏଭଳି କରିଥିବା ଜଣାପଡ଼ିଛି। ବିମାନରେ ଯାତ୍ରା କରୁଥିବା ଅନ୍ୟ ଜଣେ ଯାତ୍ରୀଙ୍କ ମୁତାବକ, ବିମାନ ଉଡ଼ାଣ କରିବା ପରେ ପ୍ରଥମେ ଯାତ୍ରୀଜଣକ ଲାଇଫ ଜ୍ୟାକେଟ ପାଇଁ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରିଥିଲେ। ଏହା ପରେ ସେମାନଙ୍କ ସହ ଦୁର୍ବ୍ୟବହାର କରି ନିଜର ପୋଷାକ କାଢ଼ିବା ଆରମ୍ଭ କରିଥିଲେ। ତାଙ୍କୁ କ୍ରୁ ସଦସ୍ୟ ଅଟକାଇଥିଲେ ମଧ୍ୟ ସେ କାହା କଥା ଶୁଣିନଥିଲେ। ଯାତ୍ରୀଙ୍କ ଏଭଳି ବ୍ୟବହାର ଦେଖି କ୍ରୁ ସଦସ୍ୟ ପାଇଲଟଙ୍କୁ ଏବିଷୟରେ ସୂଚନା ଦେଇଥିଲେ। ଏହା ପରେ ପାଇଲଟ ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ଜରୁରୀକାଳିନ ଅବତରଣ ପାଇଁ ଅନୁମତି ମାଗିବା ପରେ ଦିଲ୍ଲୀ ବିମାନବନ୍ଦରରେ ବିମାନଟି ଅବତରଣ କରିଥିଲା। ଅବତରଣ ପରେ ଯାତ୍ରୀଙ୍କୁ ବିମାନ ସୁରକ୍ଷା ସିଆଇଏସଏଫ ସହାୟତାରେ ପୁଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!