ନୟାଗଡ଼,(ବାଘୁଆବାର୍ତ୍ତା); ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶୁଣ୍ଢିସାହିରେ ଥିବା ଏକ ପରିତ୍ୟକ୍ତ କୁଅରୁ ଆଜି ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ ନୟାଗଡ଼ ଟାଉନଥାନା ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମର ଟୁନା ବେହେରା ଓରଫ ତୋଫାନ । ଦୁଇ ଦିନ ହେବ ଘରୁ ନିଖୋଜଥିବା ତୋଫାନଙ୍କ ଶବ ଆଜି କୂଅରେ ପଡ଼ିଥିବା ଦେଖାଯାଇଥିଲା । ଏହି ଘଟଣାରେ ଇଟାମାଟି ଥାନାରେ ଏକ ୩/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।






