ନୟାଗଡ଼,(ବାଘୁଆବାର୍ତ୍ତା); ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସି ନବନିର୍ମିତ କୋଠାରୁ ଆଜି ଠିକାଦାର ଚିତ୍ତରଞ୍ଜନ ପାତ୍ର(ବୁଦ୍ଧିଆ)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଠିକାଦାରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ପରିବାର ଏବଂ କିଛି ସଂମ୍ପର୍କୀୟ ରାସ୍ତାରୋକ କରିଥିବା ଦେଖାଯାଇଛି । ବୁଦ୍ଧିଆଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ପୁଲିସ ସାଇଣ୍ଟିଫିକ ଟିମ୍ ଆଣି ଘଟଣାର ଅନୁଧ୍ୟାନ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ରାସ୍ତାରୋକ ହଟିନଥିଲା । ଶବକୁ ରାସ୍ତା ଉପରେ ରଖି ରାସ୍ତାରୋକ ଚାଲୁ କରାଯାଇଥିଲା । ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡ, ଏସଡିପିଓ ଶୁଭେନ୍ଦୁ ସିହ୍ନା ଏବଂ ଥାନା ଅଧିକାରୀଙ୍କ ବୁଝାଶୁଝା ପରେ ରାସ୍ତାରୋକ ହଟିଥିବା ଜଣାଯାଇଛି ।






