ନୟାଗଡ଼,(ବାଘୁଆବାର୍ତ୍ତା): ମହାମାରୀ କରୋନା ରାଜ୍ୟରେ କାୟା ବିସ୍ତାର ପୁନଃ ଆରମ୍ଭ କରିଛି । ଜନସାଧରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରାୟପୁରକୁ ଲକଡାଉନ୍ ଘୋଷଣା କରାଯାଇଛି । ରାୟପୁରକୁ ୧୧ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ରାୟପୁର ଅଞ୍ଚଳରେ ଆସନ୍ତା ୯ତାରିଖରୁ ଆରମ୍ଭ କରି ୧୯ତାରିଖ ପର୍ଯ୍ୟନ୍ତ ସବୁ ବନ୍ଦ ରହିବ । ଉକ୍ତ ଅଞ୍ଚଳରେ କରୋନା ସଂକ୍ରମଣ ବଢିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।






