ନୟାଗଡ଼,(ବାଘୁଆବାର୍ତ୍ତା): ଚୋରା ବାଲି ଚାଲାଣ ଖବର ପାଇ ଚଢଉ କରିବା ସମୟରେ ଦୁବୃତ୍ତମାନେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଞ୍ଚଳରେ । ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଥିବା ବାଘିଆଗଡ଼ି ନଦୀରୁ ବାଲି ଚୋରା ଚାଲାଣ ହେଉଥିବା ନେଇ ଖବର ପାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ବାଲି ଚୋରା ଚାଲାଣକୁ ରୋକିବା ସହିତ ଗାଡ଼ିକୁ ଜବତ କରିବାରୁ ବାଲି ମାଫିଆ ଓ ତହସିଲଦାରଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ସମୟରେ ମାଫିଆ ୩ଜଣଙ୍କ ମଧ୍ୟରୁ ଜଣେ ଦୁବୃତ୍ତ ଆସି ଅତିରିକ୍ତ ତହସିଲଦାର ପ୍ରିୟରଂଜନ ଜେନାଙ୍କୁ ହତ୍ୟା ଧମକ୍ ଦେଇ ମାଡ଼ ମାରିଥିଲେ ଏହାକୁ ରୋକିବା ପାଇଁ ତହସିଲଦାର ମଧ୍ୟ ମାଡ଼ ଖାଇଥିବା ନେଇ କପ୍ତିପଦା ଥାନାରେ ଅଭିଯୋଗ ହୋଇଛି । ଏହାକୁ କପ୍ତିପଦା ପୁଲିସ ଗୁରୁତର ଭାବେ ନେଇ ଥାନାରେ ଏକ ମାମଲା ଋଜୁକରି ଜଣେ ବାଲି ମାଫିଆକୁ ଗିରଫ୍ କରିଥିବା ନେଇ ପୁଲିସ ସୂଚନା ଦେଇଛି ।






