Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମଗ୍ର ବିଶ୍ୱରେ ଏମିତି କିଛି ନାହିଁ, ଯାହା ଓଡ଼ିଶାରେ ନାହିଁ: ରାଜ୍ୟପାଳ

by ସଞ୍ଜୟ ସ୍ୱାଇଁ
April 7, 2021
in Feature News
ସମଗ୍ର ବିଶ୍ୱରେ ଏମିତି କିଛି ନାହିଁ, ଯାହା ଓଡ଼ିଶାରେ ନାହିଁ: ରାଜ୍ୟପାଳ
83
VIEWS
Share on FacebookShare on Twitter

ଭୁବନେଶ୍ୱର, ,(ବାଘୁଆବାର୍ତ୍ତା): ଓଡ଼ିଶା ହେଉଛି ଏକ ଦିବ୍ୟ ଭୂମି । ଏଠି ସୁଖ ଓ ଶାନ୍ତି ସଦା ବିରାଜିତ । ଓଡ଼ିଶାର ଲୋକମାନେ ଅଧ୍ୟାତ୍ମ ଭାବରେ ନିମଜ୍ଜିତ । ସମଗ୍ର ବିଶ୍ୱରେ ଏମିତି କିଛି ନାହିଁ ଯାହା ଓଡ଼ିଶାରେ ନାହିଁ । ଓଡ଼ିଶାର ଭାବ ଓ ଭୂଗୋଳର ବିକଳ୍ପ ନାହିଁ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନରେ ଓଡ଼ିଶା ପରିଦର୍ଶନରେ ଆସିଥିବା ରାଷ୍ଟ୍ରୀୟ ରକ୍ଷା ମହାବିଦ୍ୟାଳୟର ପ୍ରତିନିଧି ଦଳଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଓଡ଼ିଶାକୁ ପ୍ରକୃତି ବିଶେଷ ଭାବେ ଆଶୀର୍ବାଦ କରିଛି । ପ୍ରକୃତିର ସମସ୍ତ ବିଭବ ଓ ସଂପଦ ଏଠାରେ ଉପଲବ୍ଧ । ସଂପ୍ରତି ଓଡ଼ିଶା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ ଆଦି ସମସ୍ତ କ୍ଷେତ୍ରରେ ନୂତନ ମାନକ ସୃଷ୍ଟି କରିଚାଲିଛି । ଓଡ଼ିଶାର କଳା ଓ ସଂସ୍କୃତିର ଆବେଦନ କାଳଜୟୀ । ଓଡ଼ିଶାରେ ଶାନ୍ତି ଓ ସମୃଦ୍ଧିର ଚିର ପ୍ରବାହ ଜାରି ରହିଛି । ଓଡ଼ିଶାର ଅଭିବୃଦ୍ଧିରେ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସଂପନ୍ନ ବିଭିନ୍ନ କାର୍ଯ୍ୟକ୍ରମର ଅବତାରଣା କରି ରାଜ୍ୟପାଳ ଓଡ଼ିଶାକୁ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ଭାବରେ ବର୍ଣ୍ଣନା କରିଥିଲେ । ମେଜର ଜେନେରାଲ ଏଚ୍‌.ବି. ପିଲାଇ ଓଡ଼ିଶା ଗସ୍ତ ସଂପର୍କରେ ସୂଚନା ଦେଇଥିଲେ । ପ୍ରତିନିଧି ଦଳର ଅନେକ ସଭ୍ୟ ଓଡ଼ିଶା ସଂପର୍କରେ ସେମାନଙ୍କର ଅନୁଭବ ଓ ଉପଲବ୍ଧି ପ୍ରକାଶ କରିବା ସହିତ ଓଡ଼ିଶାର ପ୍ରଗତିକୁ ପ୍ରଶଂସା କରିଥିଲେ । ପଚିଶ ଜଣିଆ ଏହି ପ୍ରତିନିଧି ଦଳରେ ଯୁକ୍ତରାଷ୍ଟ୍ର ଆମେରିକା, କେନିଆ, କାଜାଗ୍‌ସ୍ଥାନ, ଜାପାନ, ଇଜିପଫ ଆଦି ଦେଶର ପ୍ରତିନିଧି ମଧ୍ୟ ସାମିଲ ଥିଲେ । ରାଜ୍ୟପାଳ ପ୍ରଫେସର ଲାଲ ଭାରତୀୟ ଦର୍ଶନ ଓ ବିଚାର ସଂପର୍କରେ ବ୍ୟଖ୍ୟାନ କରିବା ସହିତ ପ୍ରତିନିଧି ଦଳର ବିଭିିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!