ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜଧାନୀ କଳିଙ୍ଗନଗର ଅଞ୍ଚଳରେ ସ୍ପେସାଲ ସ୍କ୍ୱାର୍ଡ ଚଢଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହିତ ୫ଜଣଙ୍କୁ ଗିରଫ୍ କରିଛି । ସୂଚନାନୁସାରେ, ଭୁବନେଶ୍ୱର କଳିଙ୍ଗନଗର ଏକ ଭଡ଼ା ଘରେ ଗଞ୍ଜେଇ କାରବାର ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ସ୍ପେସାଲ ସ୍କ୍ୱାର୍ଡ ନଜର ରଖିଆସିଥିଲା । ଆଜି ସ୍ପେସାଲ ସ୍କ୍ୱାର୍ଡ ଟିମ୍ କଳିଙ୍ଗନଗର ଉକ୍ତ ଭଡ଼ାଘରେ ଚଢଉ କରିଥିଲା । ଚଢଉ ସମୟରେ ଉକ୍ତ ଭଡ଼ାଘରୁ ୧୨୦କେଜି ଗଞ୍ଜେଇ ଜବତ କରିଥିବା ବେଳେ ୫ଜଣଙ୍କୁ ଗିରଫ୍ କରିଛି ସ୍ପେସାଲ ସ୍କ୍ୱାର୍ଡ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ତେବେ ଗିରଫ୍ ହୋଇଥିବା ୫ଜଣଙ୍କ ମଧ୍ୟରୁ ୩ଜଣ ମହିଳା ଓ ୨ଜଣ ପୁରୁଷ ଥିବା ପୁଲିସ ସୂଚନା ଦେଇଛି ।






