Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

by Sanjay Swain
April 6, 2021
in Nayagarh
ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା
132
VIEWS
Share on FacebookShare on Twitter

ରଣପୁର,(ବାଘୁଆବାର୍ତ୍ତା) : କରୋନା ମହାମାରୀ ସାଧାରଣ ଜନତାଙ୍କ ଜୀବନ ଜୀବିକାରେ ପ୍ରଭାବିତ କରିଥିବା ବେଳେ ରାଜ୍ୟ ସରକାର ବିଦ୍ୟୁତ ଦର ବୃଦ୍ଧି କରିଥିବାରୁ ଆଜି କଂଗ୍ରେସ ପକ୍ଷରୁ ବିଦ୍ୟୁତ ଅଫିସ ଆଗରେ ଧାରଣା ଦେଇଥିଲେ l ୨୦୧୬ ମସିହାର ବିମୁଦ୍ରାୟନ ପରେ ମହାମାରୀ କରୋନା ହେତୁ ସବୁ ବର୍ଗର ବିଶେଷତଃ ମଧ୍ୟବିତ, ନିମ୍ନ ମଧ୍ୟବିତ,ଗରିବ ଚାଷୀ ତଥା ବିଦ୍ୟୁତ ବ୍ୟବହାର କାରୀ ଅଣୁ,କ୍ଷୁଦ୍ର,ମଧ୍ୟମ ଶିଳ୍ପା ଅନୁଷ୍ଠାନର ଆର୍ଥିକ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି।କ୍ରୟ ଶକ୍ତି ହ୍ରାସ ପାଇବାରେ ଲାଗିଛି।ସେହି ସମୟରେ ରାଜ୍ୟରେ ଥିବା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦେୟ ବୃଦ୍ଧି ଘଟାଉଛି।ବିଶେଷତଃ “ଟାଟା ବିଦ୍ୟୁତ ବିତରକ ସଂସ୍ଥା” ବିତରଣ ଦାୟିତ୍ୱ ନେବା ପରଠାରୁ ଏ ମଧ୍ୟରେ ୟୁନିଟ ପିଛା ଗତ ଗତ ସାତ ମାସ ମଧ୍ୟରେ ଦୁଇ ଥର ୫୦ ପଇସା ଦର ବୃଦ୍ଧି ଘଟାଇଛନ୍ତି।ଆମ ରାଜ୍ୟ ବିଦ୍ୟୁତ୍ ଆମଦାନକାରୀ ରାଜ୍ୟ ଭାବେ ପରିଚିତ ଏଠାରେ କୋଇଲା ପାଣି ଶସ୍ତା ଓ ସୁବିଧାରେ ମିଳିଥାଏ।ତଥା ରାଜ୍ୟ ସରକାରଙ୍କ ର ଏଭଳି ନିସ୍ପତି ଯୋଗୁ ସାଧାରଣ ଉପଭୋକ୍ତା ମାନେ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ତେଣୁ ଜନସାଧାରଣ ଙ୍କ ର ବୃହତ ସ୍ୱାର୍ଥକୁ ଦୃଷ୍ଟିରୁ ପ୍ରଦେଶ କଂଗ୍ରେସ ର ଆହ୍ୱାନ କ୍ରମେ ବର୍ଧିତ ଦର ପ୍ରତ୍ୟାହାର କରିବା ପାଇଁ ରଣପୁର ବ୍ଲକ୍ କଂଗ୍ରେସ କମିଟିର ସଭାପତି ଦିଲ୍ଲୀପ କୁମାର ଜେନାଙ୍କ ଆବାହକତତ୍ୱରେ ଏକ ଶାନ୍ତି ପୂର୍ଣ୍ଣ ଧାରଣା ସ୍ଥାନୀୟ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି।ସରକାର ତୁରନ୍ତ ବିଦ୍ୟୁତ ଦର ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବା ନେଇ ଶ୍ରୀଯୁକ୍ତ ଜେନା ଚେତାବନୀ ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ଧୃବ ଚରଣ ପରିଡ଼ା,ଅନିଲ ପରିଡ଼ା, ଶତୃଘନ ପାଇକରାୟ ଓ ସୁଧାର ପ୍ରଧାନଙ୍କ ସମେତ ଶତାଧିକ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ।ଏହି ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!