ନୟାଗଡ଼,(ବାଘୁଆବାର୍ତ୍ତା) : ରାସ୍ତା ଉପରେ ଏକ ବାଇକରେ ନିଆଁ ଲାଗି ସଂମ୍ପୂର୍ଣ୍ଣ ପୋଡ଼ି ଯାଇଛି । ନୟାଗଡ଼ ମୁଖ୍ୟ ଛକରୁ ପୁରୁଣା ସହର ଅଭିମୂଖେ ଯାଉଥିବା ଜଣେ ଯୁବକଙ୍କ ବାଇକ ହଠାତ୍ ଆଇସିଆଇ ବ୍ୟାଙ୍କ ନିକଟରେ ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ଯୁବକ ଜଣଙ୍କ ବାଇକ ଷ୍ଟାଟ କରିବା ବେଳକୁ ସେଥିରେ ନିଆଁ ଲାଗି ଯାଇଥିଲା । ଯୁବକ ଜଣଙ୍କ ଭୟରେ ରାସ୍ତା ଉପରେ ବାଇକ ଥୋଇ ପାଖେଇ ଯାଇଥିଲେ । ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗାଡ଼ିଟି ସଂମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ଜଣାଯାଇଛି ।






