ନୟାଗଡ଼,(ବାଘୁଆବାର୍ତ୍ତା): ନବଜାତ ଶିଶୁ ପୁତ୍ରକୁ ଏକ ବୁଦାମୂଳରୁ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଆସିଛି ଏକଡାଳି ଅଞ୍ଚଳରେ । ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଏକଡାଳି ଗ୍ରାମରେ ଆଜି ସକାଳୁ ଏକ ଛୋଟପିଲା ଶୌଚ ହେବା ପାଇଁ ଯାଉଥିବା ସମୟରେ ଶିଶୁର କାନ୍ଦ ଶୁଭିଥିଲା । ଯାହାଫଳରେ ଛୋଟ ପିଲାଟି ଭୟଭୀତ ହୋଇ ଗାଁ ଲୋକଙ୍କୁ କହିଥିଲା । ଖବର ପାଇ ଗ୍ରାମବାସୀ ବୁଦା ମୂଳରେ ପଡିଥିବା ନବଜାତ ଶିଶୁ ପୁତ୍ରକୁ ଦେଖିବାକୁ ପାଇଥିଲେ । ସେଠାରୁ ଗ୍ରାମବାସୀ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରି ୧୦୨ ଆମ୍ବୁଲାନ୍ସରେ ମେଡିକାଲରେ ଭର୍ତ୍ତି କରିଛନ୍ତି । ଶିଶୁ ପୁତ୍ରଟି ସୁସ୍ଥ ଥିବା ବେଳେ କିଏ ଓ କାହିଁକି ବୁଦା ମୂଳକୁ ଶିଶୁ ପୁତ୍ରକୁ ଫିଙ୍ଗିଲା ତାହାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।






