ନୟାଗଡ଼,(ବାଘୁଆବାର୍ତ୍ତା): ଛାତ୍ର ଅଶାନ୍ତିକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା କରିଥିବା ଜଣାପଡିଛି । ଛାତ୍ରମାନଙ୍କୁ ଘଉଡାଇବା ପାଇଁ ପୁଲିସ ଲାଠି ପ୍ରହାର କରିଥିବା ଜଣାପଡିଛି । ସୂଚନାନୁସାରେ, ଯୁକ୍ତ ୩ ତୃତୀୟ ସେମିଷ୍ଟର ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି କେତେକ ଛାତ୍ର ବସରେ ଆସି ଆଜି ବିଶ୍ୱବିଦ୍ୟାଳୟ ନିକଟରେ ପହଞ୍ôଚଥିଲେ । ବିଶ୍ୱବିଦ୍ୟାଳୟକୁ ଧସେଇ ପସିଥିଲେ । କୁଳପତିଙ୍କ କଥା ନଶୁଣି ପାଟିତୁଣ୍ଡ କରିବା ସହିତ ବିଶ୍ୱବିଦ୍ୟାଳୟର ବିଭିନ୍ନ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ । ବିଶ୍ୱବିଦ୍ୟାଳୟରେ ଛାତ୍ରମାନେ ଭଙ୍ଗାରୁଜା କରୁଥିବା ନେଇ ପୁଲିସ ଖବର ପାଇ ପହଞ୍ôଚଥିଲା । ଭଙ୍ଗାରୁଜା କରୁଥିବା ଛାତ୍ରମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଛାତ୍ରମାନେ ଶୁଣି ନଥିଲେ ଶେଷରେ ପୁଲିସ ଲାଠି ପ୍ରହାର କରି ଘଉଡ଼ାଇଥିଲା । ପୁଲିସ ଏହି ଘଟଣାରେ ୫ଜଣ ଛାତ୍ରଙ୍କୁ ଅଟକ ରଖିଥିବା ନେଇ ସୂଚନା ମିଳିଛି ।






