ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କୋମଣ୍ଡ ପଲିଟେକନିକ୍ର ୩ ଜଣ ଛାତ୍ରୀ ଆଜି ପରୀକ୍ଷା ଦେଇ ବୁଗୁଡ଼ା ଅଞ୍ଚଳକୁ ବୁଲିବାକୁ ଯାଇଥିଲେ । ସେଠାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଛାତ୍ରୀ ଜଣଙ୍କ ଫିଜା ମଲ୍ଲିକ ଏବଂ ତାଙ୍କ ଘର ଦାରିଙ୍ଗବାଡ଼ି ଅଞ୍ଚଳରେ ବୋଲି ସୂଚନା ମିଳିଛି । ବୁଗୁଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିବା ସୂଚନା ମିଳିଛି ।






