Thursday, June 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫୦ଲକ୍ଷ ଟଙ୍କା ନେଇ ଖସି ପଳାଉଥିବା ବେଳେ କାବୁ କଲା ପିପିଲି ପୁଲିସ

by ସଞ୍ଜୟ ସ୍ୱାଇଁ
April 5, 2021
in Feature News
୫୦ଲକ୍ଷ ଟଙ୍କା ନେଇ ଖସି ପଳାଉଥିବା ବେଳେ କାବୁ କଲା ପିପିଲି ପୁଲିସ
514
VIEWS
Share on FacebookShare on Twitter

ପିପିଲି,(ବାଘୁଆବାର୍ତ୍ତା):  ୫୦ଲକ୍ଷ ଟଙ୍କା ଜବତ କଲା ପିପିଲି ପୁଲିସ। ୨ଜଣ ଦୁର୍ବୃତ୍ତ ୫୦ଲକ୍ଷ ଟଙ୍କା ନେଇ ଖସି ପଳାଉଥିବା ବେଳେ ତାରାକାଜ ଛକ ନିକଟରେ ଦୁହିଁଙ୍କୁ କାବୁ କରିବା ସହ ଟଙ୍କା ଜବତ କରିଛି ପୁଲିସ। ଗିରଫ ଦୁଇଜଣ ଅଭିଯୁକ୍ତ ବଳଙ୍ଗା ଥାନା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ୨ଜଣ ଅଭିଯୁକ୍ତ ନୀଳ ରଙ୍ଗର ପଲସର ନେଇ ଆସୁଥିବା ବେଳେ ଦୁହିଁଙ୍କୁ ପିପିଲି ଟୋଲଗେଟରେ ଅଟକିବାକୁ କହିଥିଲା ପୁଲିସ। କିନ୍ତୁ ଦୁହେଁ ଟୋଲଗେଟରେ ନଅଟକି ଦ୍ରୁତ ବେଗରେ ଗାଡ଼ି ନେଇ ଆଗକୁ ଚାଲିଯାଇଥିଲେ। ଏହା ଦେଖି ପୁଲିସ ଦୁହିଁଙ୍କ ପିଛା କରି ତାରାକାଜ ଛକ ନିକଟରେ ଦୁହିଁଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଗିରଫ ପରେ ଏବେ ପିପିଲି ପୁଲିସ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!