Thursday, June 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଓବାଦୀଙ୍କ କବଜାରେ ବିଜାପୁର ମାଓ ହମଲା ଘଟଣାରେ ନିଖୋଜ ଯବାନ

by ସଞ୍ଜୟ ସ୍ୱାଇଁ
April 5, 2021
in Feature News
ଦୁଇ ନକ୍ସଲ ନିହତ
326
VIEWS
Share on FacebookShare on Twitter

ମାଲକାନଗିରି,(ବାଘୁଆବାର୍ତ୍ତା):  ଛତିଶଗଡ଼ର ବିଜାପୁର ମାଓ ହମଲା ଘଟଣାରେ ନିଖୋଜ ଯବାନଙ୍କୁ କବଜା କରି ରଖିଛନ୍ତି ମାଓବାଦୀ । ଗତ ୩ ଦିନ ଧରି ଯବାନ କବଜାରେ ଥିବା ସ୍ପଷ୍ଟ କଲା ମାଓ ସଙ୍ଗଠନ। ତେବେ ଏନକାଉଣ୍ଟର ପରେ ନିଖୋଜ ଥିଲେ ଜଣେ ଯବାନ । ଗତ ୩ ଦିନ ଧରି ମାଓବାଦୀ ଯବାନଙ୍କୁ ବନ୍ଦୀ କରି ରଖିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ ଯୋଗେ ମାଓବାଦୀମାନେ ସୂଚନା ଦେଇଛନ୍ତି। ତେବେ କବଜାରେ ଥିବା ଯବାନଙ୍କ ନାଁ ରାକେଶ୍ୱର ସିଂ ମନହସ । ୨୧୦ କୋବ୍ରା ବାଟାଲିୟନର ଯବାନ ଅଟନ୍ତି ରାକେଶ୍ୱର । ଯବାନ ମାଓବାଦୀଙ୍କ ପାଖେ ସୁରକ୍ଷିତ ଥିବା କହିଛି ମାଓ ସଙ୍ଗଠନ। ତେବେ ଛତିଶଗଡ଼ରେ ମାଓ ଆକ୍ରମଣ, ସାରା ଦେଶକୁ ଦୋହଲାଇ ଦେଇଛି । ବିଜାପୁର ଜିଲ୍ଲାରେ ଏକ ପ୍ରକାର ନରସଂହାର କରିଛନ୍ତି ମାଓବାଦୀ । ବେଶ କିଛି ମାସ ଧରି ନିଷ୍କ୍ରିୟ ଥିବା ଏହି ଉଗ୍ରବାଦୀ ସଂଗଠନ ନିଜ ସ୍ଥିତିକୁ ଜାହିର କରିବା ପାଇଁ ରକ୍ତର ହୋଲି ଖେଳିଛି । ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ହଠାତ ଯବାନଙ୍କୁ ଘେରିଯାଇଥିଲେ ପ୍ରାୟ ୪ ଶହ ମାଓବାଦୀ । ଯବାନଙ୍କ ସଂଖ୍ୟା ବେଶ ଅଧିକ ଥିଲେ ମଧ୍ୟ ଏହି ଗରିଲା ଯୁଦ୍ଧରେ ଯବାନଙ୍କୁ ବେଶ କ୍ଷତି ପଞ୍ଚିଥିଲା । ଆକ୍ରମଣରେ ୨୨ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଆଉ ସେହି ନିଖୋଜ ଯବାନ ମାଓ କବଜାରେ ଥିବା ସୂଚନା ମିଳିଛି । ଅନ୍ୟପଟେ ଆଜି ଛତିଶଗଡ଼ରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!