ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଳକ୍ ବାଉଁଶିଆପଡ଼ା ପଞ୍ଚାୟତ ସ୍ଥିତି ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶ୍ରୀ ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗିରକ ମଞ୍ଚର ସଭାପତି ରଘୁନାଥ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ନୟାଗଡ଼ ଜିଲ୍ଳା ବରିଷ୍ଠ ନାଗରିକ ମଞ୍ଚର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପରିବାରର ବରିଷ୍ଠ ମାନେ ଅଲୋଡ଼ା, ଅଦରକାରୀ କିମ୍ବା ଅନ୍ୟ ଉପରେ ବୋଝ ନୁହନ୍ତି ବରଂ ସେମାନଙ୍କର ଅନୁଭୂତ, ଅଭିଜ୍ଞତା ଉପରପିଢ଼ୀ ପାଇଁ ପ୍ରେରଣା ଦାୟକ ବୋଲି ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସର୍ବ ବରିଷ୍ଠ ସଭ୍ୟ ଯୋଗେନ୍ଦ୍ର ସାହୁ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସଂପାଦକ ବୈକୁଣ୍ଠନାଥ ଦାସ ପରିଚୟ ପ୍ରଦାନ କରିଥିଲେ । ନିତ୍ୟାନନ୍ଦ ରାଉତରାୟ ଆୟବ୍ୟୟର ବାର୍ଷିକ ବିବରଣୀ ଉପସ୍ଥାପନ କରିବାବେଳେ ଡ଼ ତ୍ରିନାଥ ନାୟକ ମଞ୍ଚର ଆଭିମୁଖ୍ୟ ଏବଂ ଲକ୍ଷଣ ସଂପର୍କିତ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଂପାଦକ ଦୁର୍ଯ୍ୟୋଧନ ସାହୁ, ବରିଷ୍ଠ ସଭ୍ୟ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମୀନକେତନ ନାୟକ, କାହ୍ନୁଚରଣ ସାହୁ ପ୍ରମୁଖ ନିସଃଙ୍ଗ ଅସହାୟଙ୍କ ଯତ୍ନନେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସର୍ବସମ୍ମତି କ୍ରମେ ବରିଷ୍ଠ ନାଗରିକ କଲ୍ୟାଣ ପାଣ୍ଠି ଗଠନ କରାଯାଇଥିଲା ଏବଂ ଏକଲକ୍ଷ ଟଙ୍କା ଆଦାୟ କରି ତୁରନ୍ତ ବ୍ୟାଙ୍କରେ ଜମା ରଖାଯିବ ବୋଲି ପ୍ରସ୍ତାବ ପାରିତ ହୋଇଯାଇଛି ।






