ମୁମ୍ବାଇ,(ବାଘୁଆବାର୍ତ୍ତା): ବଲିଉଡର ଖିଲାଡି ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପରେ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା। ପତ୍ନୀ ସୁନୀତା ଏନେଇ ସୂଚନା ଦେବା ସହ ଗୋବିନ୍ଦା ଏବେ ଘରେ ନିଜକୁ ସଙ୍ଗରୋଧ କରିଥିବା କହିଛନ୍ତି ସୁନୀତା। ତେବେ ଗୋବିନ୍ଦାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଏବଂ ତାଙ୍କ ପାଇଁ କାମ କରୁଥିବା କର୍ମଚାରୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି।






