Thursday, June 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଆରା ଢଙ୍ଗରେ ସମ୍ବର୍ଦ୍ଧନା ସଭା

by ସଞ୍ଜୟ ସ୍ୱାଇଁ
April 3, 2021
in Feature News
ନିଆରା ଢଙ୍ଗରେ ସମ୍ବର୍ଦ୍ଧନା ସଭା
603
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା):ଅଦ୍ୟ ଓଡ଼ଗାଁ ବ୍ଳକ୍ ଅନ୍ତର୍ଗତ କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ପ୍ରକୃତିବନ୍ଧୁ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ଙ୍କ ସଭାପତିତ୍ବରେ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ଠାରେ ନିଆରା ଢଙ୍ଗରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ,କବି ତଥା ଅବସରପ୍ରାପ୍ତ ଶିକ୍ଷକ ଏମ୍ ଦୀନବନ୍ଧୁ, ବିଶିଷ୍ଟ ଅତିଥି ପୂର୍ବତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଶିକ୍ଷକ ପଞ୍ଚାନନ ପଣ୍ଡା,ମୁଖ୍ୟବକ୍ତା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ଭକ୍ତରଞ୍ଜନ ମିଶ୍ର ଏବଂ ସମ୍ମାନିତ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ଅଶୋକ କୁମାର ମହାପାତ୍ର,ସାରସ କୁମାର ମିଶ୍ର, ନାରାୟଣ ପାଣିଗ୍ରାହୀ, ଗଣେଶ୍ଵର ସାହୁ ଏବଂ ଅର୍ଜ୍ଜୁନ ସାହୁ ଆସନ ଅଳଙ୍କୃତ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର କୋମଣ୍ଡର ୧୩ ଟି ବିଦ୍ୟାଳୟ ର ୫୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।CRCC ଙ୍କ କାର୍ଯ୍ୟକାଳ ମଧ୍ୟରେ ବିଦ୍ୟାଳୟ, କ୍ଳଷ୍ଟର, ଛାତ୍ର ଛାତ୍ରୀ ଏବଂ ନିଜର କ’ଣ ଅଗ୍ରଗତି ହୋଇଛି ଆଉ କ’ଣ କରିଥିଲେ ଭଲ ହୋଇଥାନ୍ତା ସେ ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରକାଶ କରିଥିଲେ। ନିଜର ଦକ୍ଷତା ବଳରେ ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ ଶିକ୍ଷଣକାର୍ଯ୍ୟ ବେଳେ ଶିକ୍ଷଣ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ବ ଦେବା ପାଇଁ ମୁଖ୍ୟଅତିଥି ବକ୍ତବ୍ୟ ପ୍ରଦାନ କରିଥିଲେ।ଶିକ୍ଷକ, ଛାତ୍ର ଛାତ୍ରୀ, ଅଭିଭାବକ ମାନଙ୍କ ସହିତ ସୁସମ୍ପର୍କ ରକ୍ଷା କରି ପାରିଲେ ଶିକ୍ଷା ର ଉନ୍ନତି ହେବାକଥା ଶ୍ରୀଯୁକ୍ତ ପଣ୍ଡା କହିଥିଲେ। ମୁଖ୍ୟବକ୍ତା CRCC ରଞ୍ଜନ କୁମାର ଦାଶ ଙ୍କ ସର୍ବଦା ନୂତନତ୍ବ କୁ ଖୋଜି ବାହାର କରିବା ଗୁଣକୁ ପ୍ରଶଂସା କରିବା ସହିତ ଠିକ୍ ସମୟରେ ଠିକ୍ କାମ କରିବା,କରୋନା ପ୍ରଭାବିତ ଯୋଗୁଁ ବିଦ୍ୟାଳୟ ବନ୍ଦ୍ ଥିବାରୁ ଶିକ୍ଷକ କିଭଳି ଛାତ୍ର ଛାତ୍ରୀ ମାନଙ୍କ ନିକଟତର ହୋଇପାରିବେ ସେଥିପାଇଁ ପରାମର୍ଶ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ ନିଜ ବକ୍ତବ୍ୟରେ ଶିକ୍ଷକ ମାନଙ୍କୁ ସର୍ବଦା ସତ୍ୟର ସାମ୍ନା କରିବାକୁ ଉତ୍ସାହିତ କରିଥିଲେ।ନିଜର ଛାତ୍ର ଛାତ୍ରୀ ମାନଙ୍କ ନିକଟରେ ଜଣେ ଭଲ ଶିକ୍ଷକ ଟିଏ ହେବା ଏବଂ ଶିକ୍ଷକ ଭଲ ଛାତ୍ର ଛାତ୍ରୀ ସୃଷ୍ଟି କରିପାରିଲେ ଶିକ୍ଷକ ଜୀବନ ସାର୍ଥକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଅଶୋକ ମହାପାତ୍ର ଶିକ୍ଷକ ମାନଙ୍କୁ ସର୍ବଦା ନିଜେ ଶିକ୍ଷିବାର ମନୋବଳ ବୃଦ୍ଧି କରିବା, ରଞ୍ଜନ ସାର୍ କିପରି ଏତେ ସମ୍ମାନ ର ଅଧିକାରୀ ହୋଇପାରିଛନ୍ତି ସେ ମହାଶୟଙ୍କ ଗୁଣାବଳୀ କୁ ଅନୁସରଣ କରିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଜଣେ ସମ୍ମାନ ପାଇଥିବା ବ୍ୟକ୍ତି ହିଁ ଜାଣିପାରେ ସମ୍ମାନ ର ମୂଲ୍ୟ କେତେ? ତେଣୁ କ୍ଳଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ ଏବଂ ସହଭାଗିତା CRCC ଙ୍କ କାର୍ଯ୍ୟ ଦକ୍ଷତା ଯୋଗୁଁ କୋମଣ୍ଡ କ୍ଳଷ୍ଟର ବ୍ଳକ୍ ରେ ସର୍ବଦା ଏକ ନମ୍ବର ରେ ରହିଥିବା ଗଣେଶ୍ଵର ସାହୁ ମତରଖିଥିଲେ। ରଞ୍ଜନ ସାର୍ ଜଣେ ଦକ୍ଷ ଶିକ୍ଷକ,କବି,ଗିତୀକାର, ସମାଜସେବୀ,ପ୍ରକୃତିପ୍ରେମୀ,ମେଳାପୀ ଏଥିରେ ଦ୍ଵିମତ ନାହିଁ ବୋଲି ଅର୍ଜୁନ ସାହୁ କହିଥିଲେ। କ୍ଳଷ୍ଟର ରେ ନୂତନ ଭାବରେ ଯୋଗ ଦେଇଥିବା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର ଏବଂ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ରେ ନୂତନ ପ୍ରଧାନଶିକ୍ଷକ ଭାବରେ ଯୋଗ ଦେଇଥିବା ଜଳନ୍ଧର ରଥ ମହୋଦୟଙ୍କୁ ଶିକ୍ଷକ ମନୋଜ କୁମାର ନାୟକ,ପ୍ରଦୀପ କୁମାର ପୃଷ୍ଟି, ସୁରେଶ ଚନ୍ଦ୍ର ମୁଦୁଲି, ରମାକାନ୍ତ ପ୍ରଧାନ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ।ଏକ ନିଆରା ଢଙ୍ଗରେ CRCC ରଞ୍ଜନ କୁମାର ଦାଶ ଙ୍କ ତରଫରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। କ୍ଳଷ୍ଟରର ଶିକ୍ଷକ ମାନଙ୍କ ତରଫରୁ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ପ୍ରଶଂସା ପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ମହାପାତ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଦମୟନ୍ତୀ ପାତ୍ର ପରିଚୟ ପ୍ରଦାନ କରିଥିଲେ।ପରିଶେଷରେ ଶିକ୍ଷକ ରାଧାଗୋବିନ୍ଦ ନାୟକ, ବୁଦ୍ଧିଆ ପାତ୍ର,ରାଇମଣୀ ଟୁଡ଼ୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସନ୍ତୋଷ ନାହାକ,ଧିରେନ ମାରାଣ୍ଡି, ସୁନୀତା ବେହେରା, ସୁଚିତ୍ରା ପ୍ରଧାନ ଏବଂ ନୀଲମ ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!