କୋଲକାତା,(ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗରେ ଏବେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଗାମୀ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର କରିଛନ୍ତି ଏହି ଦୁଇଟି ଦଳ। ଆଜି ହୁଗୁଳିରେ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ହୁଗୁଳିରେ ନିର୍ବାଚନ ରାଲି କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବଙ୍ଗଳାରେ ଏକ ନିର୍ଦ୍ଦିଷ୍ଟ ମଧୁରତା ଅଛି। ଏହାର ଭାଷା, ଏହାର ଲୋକ ଏବଂ ବଙ୍ଗଳାର ମିଠା ଦହି ଏତେ ମଧୁର, ଆପଣ ଏତେ ପିତା କାହିଁକି, ଦିଦି? ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ସହ ମମତା ବାନାର୍ଜୀ ବିଜେପିକୁ ଆକ୍ଷେପ କରି ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।






