ଭୁବନେଶ୍ୱର,(ବାଘୁଆବାର୍ତ୍ତା): ବିଧାନସଭାରେ ବାଚସ୍ପତିଙ୍କୁ ଉପରକୁ ଚପଲ ଓ ଡଷ୍ଟବିନ୍ ଫିଙ୍ଗିବା ଘଟଣାରେ ବିଜେପିର ୩ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଅଶୋଭନୀୟ କାର୍ଯ୍ୟକଳାପ ପାଇଁ ମୋହନ ମାଝୀ, ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀଙ୍କୁ ନିଲମ୍ବିତ କରାଯାଇଛି । ଚଳିତ ବିଧାନସଭାରୁ ତାଙ୍କୁ ନିଲମ୍ବନ କରାଯାଇଛି ।






