ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପିପିଲି ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଏହାରି ଭିତରେ ବିଜୁ ଜନତା ଦଳ ପିପିଲି ପଉ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକ ପ୍ରସ୍ତୁତ କରି ନାମ ଘୋଷଣା କରିଛି । ଷ୍ଟାର ପ୍ରଚାରକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପିପିଲିରୁ ଷ୍ଟାର ପ୍ରଚାରକ ଭାବେ ପ୍ରଚାର ଆରମ୍ଭ କରିବାର ରହିଛି । ସେହିଭଳି ଦ୍ୱିତୀୟରେ ପ୍ରଣବ ପ୍ରକାଶ ଦାସ, ମହେଶ୍ୱର ମହାନ୍ତି, ଦେବୀ ମିଶ୍ର, ପିନାକୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ନିରଞ୍ଜନ ପୂଜାରୀ , ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ନବ ଦାସ, ଚନ୍ଦ୍ରସାରଥୀ ବେହେରା, ଅଶୋକ ପଣ୍ଡା, ବ୍ୟୋମକେଶ ରାୟ, ସିଶାନ୍ତ ସିଂ, ସ୍ନେହାଙ୍ଗୀନ ଛୁରିଆ, ସମୀର ରଂଜନ ଦାଶ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ଦେବୀ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା, ଅରବିନ୍ଦ ରାୟ ଓ ଆକାଶ ଦାସ ନାୟକ ନାମ ଘୋଷଣା କରାଯାଇଛି ।






