Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଚଳିତ ଭାଷାକୁ ବ୍ୟବହାର କରି ସାହିତ୍ୟକୁ ଲୋକାଭିମୁଖୀ କରିବାରେ ସାରଳା ଦାସ ଥିଲେ ଅଗ୍ରଦୂତ: ଉପରାଷ୍ଟ୍ରପତି

by ସଞ୍ଜୟ ସ୍ୱାଇଁ
April 2, 2021
in Feature News
ପ୍ରଚଳିତ ଭାଷାକୁ ବ୍ୟବହାର କରି ସାହିତ୍ୟକୁ ଲୋକାଭିମୁଖୀ କରିବାରେ ସାରଳା ଦାସ ଥିଲେ ଅଗ୍ରଦୂତ: ଉପରାଷ୍ଟ୍ରପତି
82
VIEWS
Share on FacebookShare on Twitter

କଟକ,(ବାଘୁଆବାର୍ତ୍ତା): ଆଦିକବି ସାରଳା ଦାସ ହେଉଛନ୍ତି ଆଧୁନିକ ଓଡିଆ ଭାଷାର ଜନକ । ମତେ ଲାଗେ ଯେ, ପଞ୍ଚଦଶ ଶତାବ୍ଦୀର ଆଦିକାଳରେ ପ୍ରଚଳିତ ଭାଷାକୁ ବ୍ୟବହାର କରି ସାହିତ୍ୟକୁ ଲୋକାଭିମୁଖୀ କରିବାରେ ସାରଳା ଦାସ ଥିଲେ ଅଗ୍ରଦୂତ । ବିଶେଷକରି ମହାଭାରତରେ ସେ ଯେଉଁ ଶବ୍ଦାବଳୀ ପ୍ରୟୋଗ କରିଛନ୍ତି ତାହା ବୁଝିବା ପାଇଁ କୌଣସି ପାଠକକୁ ଶବ୍ଦକୋଷ ଆବଶ୍ୟକ ହେବ ନାହିଁ । ସମସ୍ତେ ବୁଝିପାରିବା ଭଳି ସରଳ ଭାଷାରେ ଜଟିଳ ଭାବକୁ ବ୍ୟକ୍ତ କରିବା ଏତେ ସହଜ ନୁହେଁ । ଏହା ହେଉଚି ମହାନ୍ କବିମାନଙ୍କ ଏକ ସ୍ୱାତନ୍ତ୍ର‌୍ୟ ଯାହାକି ଜନମାନସର ହୃଦୟ ଜିତିପାରିଛି । ସାରଳା ଦାସ ସେହିପରି ଜଣେ ମହାନ୍ ବ୍ୟକ୍ତିତ୍ୱ । କଟକସ୍ଥିତ ସାରଳା ଭବନରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ନିଜର ସମ୍ବୋଧନରେ ଏହା କହିଛନ୍ତି। ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ଅବସରରେ ଉପରାଷ୍ଟ୍ରପତି ଶୁକ୍ରବାର ସନ୍ଧ୍ୟାରେ କହିଛନ୍ତି, ସାରଳାଙ୍କ ସମସାମୟିକ ସାଧୁ ତଥା କବି କବୀର ଦାସ ମଧ୍ୟ ଜୀବନର ନିରାଟ ସତ୍ୟକୁ ସାବଲୀଳ ଭାବେ ପ୍ରଚଳିତ ହିନ୍ଦୀରେ ରଚନା କରିଥିଲେ । ତାଙ୍କର ଜନାଦୃତ ରଚନା ପାଇଁ ସମାଜର ସବୁ ବର୍ଗର ଲୋକ ଆଜି ତାଙ୍କର କଥାର ଉଦାହରଣ ଦିଅନ୍ତି । ପରବର୍ତ୍ତୀ ସମୟରେ ଆସିଥିବା ତେଲୁଗୁ ଭାଷାରେ ମହାନ୍ କବି ଓ ଦାର୍ଶନିକ ଯୋଗୀ ବେମ୍ମନା ମଧ୍ୟ ସେହିପରି ଭଙ୍ଗୀରେ ରଚନା କରିଥିଲେ ଯେଉଁଥିପାଇଁ ସେ ସମସ୍ତ ତେଲୁଗୁ ଭାଷୀଙ୍କ ମାନସପଟରେ ଅଂଶବିଶେଷ ହୋଇ ରହିଯାଇଛନ୍ତି । ସେ କହିଛନ୍ତି ଯେ, ଏହା କେବଳ ମାତ୍ର ସାହିତ୍ୟ କୃତି ନୁହେଁ, ଏଥିରେ ତତ୍କାଳୀନ ଓଡିଶାର ରାଜନୈତିକ ଓ ସାଂସ୍କୃତିକ ଇତିହାସ ଓ ଭୂଗୋଳ ସମ୍ପର୍କରେ ଅନେକ ତଥ୍ୟର ଗନ୍ତାଘର ରହିଛି । ନିଃସନ୍ଦେହରେ ଆମ ମଧ୍ୟରୁ ଅଧିକାଂଶ ସାରଳା ଦାସଙ୍କୁ ଆଦିକବି ବା ଓଡିଶାର ପ୍ରଥମ କବିଭାବେ ବିବେଚନା କରୁ । ତାଙ୍କୁ ଆଦି ଐତିହାସିକ ବା ପ୍ରଥମ ଐତିହାସିକ, ଆଦି ଭୌଗୋଳିକବିତ୍ ବା ପ୍ରଥମ ଭୂଗୋଳବିତ୍ ଓ ପ୍ରଥମ ସମାଜତତ୍ତ୍ଵବିତ୍‌ ଭାବେ ମଧ୍ୟ ବର୍ଣ୍ଣନା କରାଯାଇପାରେ । ବିଭିନ୍ନ ସ୍ଥାନର ବର୍ଣ୍ଣନା, ପର୍ବପର୍ବାଣୀର ରେଖାଙ୍କନ ଓ ସର୍ବୋପରି ପଞ୍ଚଦଶ ଶତାବ୍ଦୀର ଲୋକଚରିତ୍ର ସମ୍ପର୍କୀତ ରଚନା ତାଙ୍କର ତତ୍କାଳୀନ ସାମାଜିକ ଓ ଆର୍ଥିକ ଅବସ୍ଥାର ଗଭୀର ଅନୁଶୀଳନର ସୂଚନା ପ୍ରଦାନ କରେ । ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀରେ ଓଡିଶାର ଦୁଇ ପ୍ରମୁଖ ମହାନଗରୀ କଟକ ଓ ଭୁବନେଶ୍ୱରର ବୁଦ୍ଧିଜୀବୀଙ୍କ ଗହଣରେ ଉପସ୍ଥିତ ରହି ମୁଁ ନିଜକୁ ଧନ୍ୟ ମନେ କରୁଛି ।  ମୁଁ ସେହିପରି ଖୁବ ଆନନ୍ଦିତ ଯେ ଆପଣମାନେ ମୋର ବନ୍ଧୁ ତଥା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନଜନକ ‘କଳିଙ୍ଗ ରତ୍ନ’ ସମ୍ମାନରେ ସମ୍ମାନୀତ କରୁଛନ୍ତି । ସେ ଏହି ସମ୍ମାନର ସମ୍ପୂର୍ଣ୍ଣ ହକ୍‌ଦାର । ରାଜ୍ୟରେ ଜଣେ ବିଧାୟକ ଓ ମନ୍ତ୍ରୀଭାବେ ତାଙ୍କର ମହାନ୍ ଅବଦାନ ପାଇଁ ତାଙ୍କୁ ମିଳିଥିବା ଏହି ସମ୍ମାନ ସକାଶେ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ପୁଣି ଥରେ ମୋ ବନ୍ଧୁ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଅଭିନନ୍ଦନ ଜଣାଉଛି ଯାହାଙ୍କ ଜୀବନ ଜନସେବାରେ କଟିବା ସହ ସେ ମଧ୍ୟ ଅନେକ ପୁସ୍ତକର ରଚୟିତା ଅଟନ୍ତି । ମୁଁ ଖୁସି ଯେ ସାରଳା ସାହିତ୍ୟ ସଂସଦ ଓଡିଶାର ସଂସ୍କୃତିର ବୈଶିଷ୍ଟ୍ୟ ବହନକାରୀ ସହସ୍ରାଦ୍ଦୀର ସହର କଟକ ଆସିବାକୁ ମୋତେ ସୁଯୋଗ ଦେଇଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ସାରଳା ସାହିତ୍ୟ ସଂସଦର ସଭାପତି ତଥା ଅବସରପ୍ରାପ୍ତ ପ୍ରଫେସର ପ୍ରଭାକର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!