ଓଡ଼ଗାଁ(ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ ରୋହିବାଙ୍କ ଗ୍ରା.ପ ଅନ୍ତର୍ଗତ ଲାଉଖାଲ ଗ୍ରାମର ତଳସାହି ବାସିନ୍ଦାମାନେ ପାଣି ପାଇଁ ଭଞ୍ଜନଗର – ଭୁବନେଶ୍ୱର ରାଜ୍ୟ ୨୧ ନଂ ରାଜପଥରେ ଗରା, ହାଣ୍ଡି ,ମାଠିଆ ,ବାଲିତ ରଖି ମହିଳାମାନେ ରାସ୍ତା ଅବରୋଧ କରିଥିଲେ।
ପାନୀୟଜଳ ସୁବିଧା ନ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ରାସ୍ତାକୁ ଓଲ୍ଲାଇଥିଲେ ସାହି ବାସିନ୍ଦା।ସୂଚନା ଅନୁଯାୟୀ ତଳସାହି ସମୁଦାୟ ୫୦ରୂ ଉର୍ଦ୍ଧ୍ବ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି କିନ୍ତୁ ଦୀର୍ଘ ୧ ମାସରୁ ଉର୍ଦ୍ଧ୍ବ ସମୟ ଧରି ନଳକୂପଟି ଅଚଳ ହୋଇପଡିଥିଲେ ସୁଦ୍ଧା ଗ୍ରାମବାସୀମାନେ ବହୁବାର ଏ ସଂକ୍ରାନ୍ତରେ ସରପଞ୍ଚକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ଯାହା ଫଳରେ ଖରାଦିନ ହେଉଥିବାରୁ ପାନୀୟ ଜଳ ପାଇବା ଦାବିରେ ଆଜି ରାସ୍ତା ଅବରୋଧ କରିବାକୁ ବାଧ୍ୟ ହୋଇଥିଲେ।ବିକ୍ଷୋଭକାରୀଙ୍କର ଗୋଟିଏ ଦାବି ଆମକୁ ସବୁ ଦିନ ପାଣି ଦରକାର ପ୍ରତିଶ୍ରୁତି ନ ମିଳିବା ଯାଏଁ ଆନ୍ଦୋଳନରୁ ନ ହଟିବା ପାଇଁ ଅଡ଼ି ବସିଥିଲେ।ରାସ୍ତାରୋକ ହେବା ଫଳରେ ଗାଡି ଯାତାୟାତ ଠପ ହେବା ସହ ଜୀବନଜୀବିକା ପ୍ରଭାବିତ ହେଇଥିଲା ।ଖବର ପାଇ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ଲୋକଙ୍କୁ ରାସ୍ତା ଅବରୋଧରୁ ହଟିବା ପାଇଁ ପ୍ରୟାସ ଜାରି ରଖିଛି ।







