ଗଞ୍ଜାମ,(ବାଘୁଆବାର୍ତ୍ତା): ଚୋରା ବନ୍ଧୁକ ବେପାର କରୁଥିବା ବ୍ୟବସାୟୀ ଘରେ ଗାଙ୍ଗପୁର ପୁଲିସ ଚଢଉ କରିଛି । ବ୍ୟବସାୟୀଙ୍କ ଘରୁ ଚୋରା ବନ୍ଧୁକ ଓ ଗୁଳି ଜବତ କରିବା ସହିତ ବ୍ୟବସାୟୀକୁ ଗିରଫ କରିଛି ପୁଲିସ୍ । ସୂଚନାନୁସାେରେ, ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ଚୋରା ବନ୍ଧୁକ ବ୍ୟବସାୟ ହେଉଥିବା ନେଇ ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ଗାଙ୍ଗପୁର ପୁଲିସ ଖଇରପୁଟ ଗାଁର ଅମୀର କୁମାର ଭୂୟାଁଙ୍କ ଘରେ ଚଢଉ କରିଥିଲା । ପୁଲିସ ୨ଟି ବନ୍ଧୁକ ଓ ୧୦ଟି ଜିଅନ୍ତା ଗୁଳି ଜବତ କରିବା ସହିତ ଚୋରା ବନ୍ଧୁକ ବ୍ୟବସାୟୀ ଅମୀର ଭୂୟାଁକୁ ପୁଲିସ ଗିରଫ କରିଥିବା ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।






