Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଷ୍କର୍ମ ଓ ହତ୍ୟାକାରୀକୁ ଆଜୀବନ ଜେଲ, ୨୦ ହଜାର ଟଙ୍କା ଜରିମାନା

by ସଞ୍ଜୟ ସ୍ୱାଇଁ
April 1, 2021
in Feature News
ଦୁଷ୍କର୍ମ ଓ ହତ୍ୟାକାରୀକୁ ଆଜୀବନ ଜେଲ, ୨୦ ହଜାର ଟଙ୍କା ଜରିମାନା
344
VIEWS
Share on FacebookShare on Twitter
ନୟାଗଡ଼,(ବାଘୁଆବାର୍ତ୍ତା): ଏକ ଦୁଷ୍କର୍ମ ପରେ ହତ୍ୟା ମାମଲାର ବିଚାର କରି ଭଦ୍ରକର ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍ ପ୍ରଣତୀ ସାହା କେଉଁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ଝନ୍ଝଣା ଗ୍ରାମର ବିଶୁ ହୋଙ୍କ ପୁତ୍ର ଅଭିଯୁକ୍ତ ବିଜୁ ହୋ (୨୬ବର୍ଷ )ଙ୍କୁ ୩୦୨ ଓ ୩୭୬ ଦଫାରେ ଦୋଷି ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁଣି ୧ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୭୬ ଦଫାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ପୁଣି ୬ ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ତେବେ ମୁତାଫାଙ୍କ ପିଲାମାନଙ୍କୁ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ ପାଇଁ ମାନ୍ୟବର କୋର୍ଟ ଜିଲ୍ଲା ଆଇନ ସହାୟତା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିବରଣୀ ଅନୁଯାୟୀ  ୨୦୧୬ ଅକ୍ଟୋବର ୨୬ ତାରିଖ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କୁଣ୍ଡିବାଗ ଗ୍ରାମର ଆଦିବାସୀ ପରିବାରର ସାଗର ମୁଣ୍ଡା ନିଜର ପତ୍ନୀ କୁନି ମୁଣ୍ଡା, ସମ୍ପର୍କୀୟ ମାଳତୀ ବିରୁଆ, ବରଜୁ ବରୁଆ, ଟେରୁ ମୁଣ୍ଡା ପ୍ରମୁଖ ପାଖ ଗାଁ ନଛିପୁରର ନିଜର ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ବିଜୁ ହୋ ଉପସ୍ଥିତ ରହି କୁନି ମୁଣ୍ଡାକୁ ତା ସହ ବାହାରକୁ ଡାକି ନେଇଥିଲା। ସାଗର ପତ୍ନୀ କୁନିର ଫେରିବା ବାଟକୁ ଚାହିଁ ରହିଥିଲେ। କିନ୍ତୁ ସେ ନ ଫେରିବାରୁ ଘରକୁ ଫେରି ଆସି ରାତିରେ ଶୋଇ ପଡିଥିଲା। ତା ପର ଦିନ ସକାଳ ବେଳକୁ କୁନି ଘରକୁ ନ ଫେରିବାରୁ ସାଗର ତାକୁ ଖୋଜି ଥିଲେ ଓ ପରେ ପାଖ ପଲ୍ଲାସାହି ଗ୍ରାମର ଏକ ନବ ନିର୍ମିତ କୋଠା ଘର ସିଡି ତଳୁ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। କୁନିର ଶରୀରରେ ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ଥିବାରୁ ତାକୁ ଟ୍ରଲି ରିକ୍ସାରେ ଘରକୁ ନେଇ ଆସିଥିଲେ ।
କୁନି ନିଜ ସ୍ବାମୀ ସାଗର ନିକଟରେ ଅତୀତ ବର୍ଣ୍ଣନା କରି କହିଥିଲେ ଯେ ବିଜୁ ତାଙ୍କୁ ଘରୁ ଡାକି ନେଇ ତାକୁ ପ୍ରଥମେ ଦୁଷ୍କର୍ମ କରିଥିଲା। ସହ ତା ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଦେଇ ରକ୍ତାକ୍ତ କରି ଦେଇଥିଲା ଓ ତା ଯୌନାଙ୍ଗରେ ହାତ ପୁରାଇ ଶାରୀରିକ ଯନ୍ତ୍ରଣା ଦେବା ପରେ ସେ ଚେତାଶୂନ୍ୟ ହୋଇ ଯାଇଥିଲା। ବିଜୁ ଘଟଣାସ୍ଥଳରେ ତାକୁ ଛାଡି ଦେଇ ପଳାଇ ଯାଇଥିଲା। କୁନି ମୁଣ୍ଡାର ଏମିତି ଅବସ୍ଥା ଦେଖି ସାଗର ତାକୁ ନିକଟସ୍ଥ ବାରିକ ଛକ ସୁଶାନ୍ତ ଔଷଧ ଦୋକାନକୁ ଆଣି ଔଷଧ ଦେଇ ଘରକୁ ନେଇ ଯାଇଥିଲେ ଓ ୨ ଦିନ ପରେ ନିଜ ଘରେ କୁନିର ମୃତ୍ୟୁ ହୋଇ ଯିବା ପରେ ସାଗର ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ତତ୍କାଳୀନ ଥାନା ଅଧିକାରୀ ସୁଦର୍ଶନ ଗାଙ୍ଗୋଇ ଥାନା କେସ ନଂ ୬୧୩//୧୬  ଦଫା ୩୦୨,୩୭୬ରେ ଏକ ମାମଲା ରୁଜୁ କରି ବିଜୁକୁ ଗିରଫ କରିଥିଲେ। ତଦନ୍ତ ପରେ କୋର୍ଟରେ ଏସ୍‌ଟି କେଶ ବିଚାରାଧୀନ ଥିଲା। ସେହି ଦିନରୁ ସେ ବିଚାରାଧୀନ ବନ୍ଦୀ ଭାବେ ଭଦ୍ରକ ଜେଲରେ ଅଟକ ଅଛି। ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରାସିକ୍ୟୁଟର ଅରୁଣ ମିଶ୍ର ଓ ପ୍ରଦୀପ କୁମାର ସାମଲ ମାମଲା ପରିଚାଳନା କରୁଥିଲେ।
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!