ଅନୁଗୁଳ,(ବାଘୁଆବାର୍ତ୍ତା): ଖୁଡ଼ିକୁ ଚୂନ ଲଗାଇାରେ ମାହିର୍ ଥିବା ୪୨୦ଝିଆରୀକୁ ପିଲିସ ଗିରଫ୍ କରିଛି । ୪୨୦ ଝିଆରୀ ଜଣକୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ପନ୍ଥା ଅବଲମ୍ବନ କରି ଖୁଡ଼ି ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଚାଲିଥିଲେ । ୪୨୦ ଝିଆରୀ ଜଣକ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ମୋଟ ୨୪ଲକ୍ଷ ଟଙ୍କା ଖୁଡ଼ି ଠାରୁ ଲୁଟି ନେଇଥିବା ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଛେଣ୍ଡିପଦା ପୁଲିସ୍ ଝିଆରୀ ୪୨୦କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନାନୁସାରେ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଚାଙ୍ଗୁଡିଆ ଗାଁର ଲିଲି ସାହୁଙ୍କ ସ୍ୱାମୀଙ୍କ ଦେହାନ୍ତ ହେବା ପର ଠାରୁ ଝିଆରୀ ନିବେଦିତାକୁ ଆଣି ପାଖରେ ରଖିଥିଲେ । ଖୁଡ଼ିର ସରଳତାର ଫାଇଦା ଉଠାଇ ବିଭିନ୍ନ ସମୟରେ ସୁନା, ଗହଣା ଓ ଟଙ୍କା ହଡପ୍ କରିଥିଲା ଝିଆରୀ ନିବେଦିତା । ଲିଲିଙ୍କ ଆକାଉଣ୍ଟରେ ପୂର୍ବରୁ ୨୩ଲକ୍ଷ ୯୧ହଜାର ଟଙ୍କା ଥିଲା । ଏହାକୁ ଝିଆରୀ ନିବେଦିତା ହଡପ୍ କରିଥିଲା । ଏହା ଜାଣିବା ପରେ ଲିଲି ଝିଆରୀ ନିବେଦିତାକୁ ପଚାରିବା ପରେ ଝିଆରୀ ସତ ମାନିଯାଇଥିଲା ଏବଂ ଟଙ୍କା ଫେରସ୍ତ କରିବା ପାଇଁ କହିଥିଲା । ହେଲେ ୪ବର୍ଷ ବିତିଯାଇଥିଲେ ମଧ୍ୟ ଟଙ୍କା ଫେରସ୍ତ ନକରିବାରୁ ବାଧ୍ୟ ହୋଇ ଖୁଡ଼ି ଥାନାର ଦ୍ୱାରସ୍ଥ ହୋଇଥିଲେ ।ସେଛଣ୍ଡିଦା ପୁଲିସ ମାମଲା ଋଜୁ କରି ଝିଆରୀ ୪୨୦ ନିବେଦିତା ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।






