ପୁରୀ,(ବାଘୁଆବାର୍ତ୍ତା): ମାଉସୀ ମା’ ମନ୍ଦିରରେ ଆଜି ଅଭାବନୀୟ ଘଟଣା ଘଟିଛି । ମନ୍ଦିର ପରିସରରୁ ଚୋରୀ ହୋଇଥିବା ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହରାଜା ଦିବ୍ୟସିଂହ ଦେବ । ଚୋରି ଘଟଣା ସମ୍ପର୍କରେ ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗିଛି । ଚୋରିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ପୁରୀ ଗଜପତି ମହାରାଜ ପୁଲିସକୁ କହିଛନ୍ତି । ଶ୍ରୀକ୍ଷେତ୍ରର ସବୁ ଧର୍ମାନୁଷ୍ଠାନର ସୁରକ୍ଷା ପାଇଁ ଏକ ଷ୍ଟ୍ରାଟେଜି ତିଆରି କରୁ ପୁଲିସ । ସୂଚନାନୁସାରେ ପୁରୀ ମାଉସୀ ମା’ ମନ୍ଦିର ହୁଣ୍ଡିର ତାଲା ଭାଙ୍ଗି ଟଙ୍କା ସହ ମା’ଙ୍କ ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତା ପ୍ରାୟ ୩୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ମୁଖ୍ୟ ପ୍ରବେଶ ଦ୍ୱାରରେ ଲୁହା ଗେଟର ତାଲା କାଟି ପଶିଥିଲେ ଲୁଟେରା । ଖବର ପାଇ କୁମ୍ଭାରପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ରାମଚଣ୍ଡି ମନ୍ଦିର ଓ ବର୍ତ୍ତମାନ ମାଉସୀ ମା’ ମନ୍ଦିରରୁ ଚୋରି ହେବା ପୁରୀ ପୁଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।






