ନୟାଗଡ଼,(ବାଘୁଆବାର୍ତ୍ତା): ପୁଲିସକୁ ମିଳିଛି ବଡ଼ ସଫଳତା । ୩୩ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରିଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ୍ କରିଛି । ସୂଚନାନୁସାରେ, ଭଦ୍ରକ-ଚାନ୍ଦବାଲି ରାସ୍ତା କାରମେଲ ସ୍କୁଲ ନିକଟରେ ବ୍ରାଉନ୍ ସୁଗାର ବ୍ୟବସାୟ ହେଉଥିବା ଖବର ପୁଲିସ ବିଶେଷ ସୁତ୍ରରୁ ପାଇଲା ପରେ ଉକ୍ତ ଅଞ୍ଚଳରେ ଜାଲ ବିଛାଇ ଥିଲା । ସେହି ଜାଲରେ ବ୍ରାଉନ ସୁଗାର ବ୍ୟବସାୟୀ ମନୋରଂଜନ ମଲ୍ଲିକ୍ ପଡିଥିଲା । ବ୍ୟବସାୟୀ ଠାରୁ ୩୩୦ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ବ୍ୟବସାୟୀ ଜଣକ ବାସୁଦେବପୁର ଅଞ୍ଚଳର ହୋଇଥିବା ବେଳେ ସେ ଜଳେଶ୍ୱରରୁ ବ୍ରାଉନ୍ ସୁଗାର ଆଣୁଥିବା ସୂଚନା ମିଳିଛି । ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।






