Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାପାଳଙ୍କ କୁରାଳ ଉଚ୍ଚ ନୋଡାଲ ବିଦ୍ୟାଳୟ ଗ୍ରସ୍ତ:ସ୍ମାର୍ଟ ଶ୍ରେଣୀଗୃହ ,ଇ- ପାଠାଗାର ଏବଂ ସ୍ୱଚ୍ଛତା ଓ ପରିମଳତା ଉପରେ ଗୁରୁତ୍ୱ

by ସଞ୍ଜୟ ସ୍ୱାଇଁ
March 30, 2021
in Nayagarh
ଜିଲ୍ଲାପାଳଙ୍କ କୁରାଳ ଉଚ୍ଚ ନୋଡାଲ ବିଦ୍ୟାଳୟ ଗ୍ରସ୍ତ:ସ୍ମାର୍ଟ ଶ୍ରେଣୀଗୃହ ,ଇ- ପାଠାଗାର ଏବଂ ସ୍ୱଚ୍ଛତା ଓ ପରିମଳତା ଉପରେ ଗୁରୁତ୍ୱ
898
VIEWS
Share on FacebookShare on Twitter

ଓଡ଼ଗାଁ(ବାଘୁଆବାର୍ତ୍ତା):ଓଡିଶା ସରକାରଙ୍କର ଗଣଶିକ୍ଷା ବିଭାଗ ତରଫରୁ “Aspiration transformation of school” ଯୋଜନା ମାଧ୍ୟମରେ ଓଡ଼ଗାଁ ବ୍ଲକର ଏକମାତ୍ର ବିଦ୍ୟାଳୟରୂପେ କୁରାଳ ଉଚ୍ଚ ନୋଡାଲ ବିଦ୍ୟାଳୟକୁ ପ୍ରଶାସନିକ ସ୍ତରରେ ମନୋନୀତ କରାଯାଇଅଛି।
ଆଜି ଅପରାହ୍ଣରେ ଜିଲ୍ଲାପାଳ ପୋମା ଟୁଡୁ କୁରାଳ ନୋଡାଲ ଉଚ୍ଚ ବିଦ୍ୟାଳୟ ଗ୍ରସ୍ତ କରି ବିଦ୍ୟାଳୟର ଆକୃତି,ପ୍ରକୃତି,ଚେହେରା ,ଗଢଣ,ସ୍ଵତନ୍ତ୍ରତା,ଏବଂ ନାଟକୀୟ ପରିବର୍ତ୍ତନ ସହ ଏହାକୁ କିପରି ସ୍ମାର୍ଟ ବିଦ୍ୟାଳୟରେ ପରିଗଣିତ ହେବ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।ବିଶେଷ କରି ବିଦ୍ୟାଳୟର ରୂପରେଖ ପରିବର୍ତ୍ତନ ସହ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଉନ୍ନତମାନର ଶିକ୍ଷାଦାନ ,ସ୍ମାର୍ଟ ଶ୍ରେଣୀ ଗୃହ ,ଇ- ପାଠାଗାର ,ସ୍ୱଚ୍ଛ ଏବଂ ନିର୍ମଳ ଶୌଚାଳୟ ,ଅତ୍ୟାଧୁନିକ କମ୍ପ୍ୟୁଟର କ୍ଲାସ ,ଏବଂ ପାନୀୟ ଜଳର ସୁବ୍ୟବସ୍ଥା ସହ ଉନ୍ନତମାନର ଖେଳପଡ଼ିଆ ନିର୍ମାଣ ଉପରେ ଗୁରୁତ୍ୱ ଦେବା ନିମନ୍ତେ ପ୍ରଧାନଶିକ୍ଷକଙ୍କୁ କହିଥିଲେ ।ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସଂଗୃହିତ ଟଙ୍କା କେଉଁ କେଉଁ ମାଧ୍ୟମରେ ବିନିଯୋଗ କରାଯାଇଛି ତାହା ପଚାରିବୁଝିଥିଲେ ।ଇକୋ କ୍ଲବ ଏବଂ ୟୁଥ କ୍ଲବ ନିମନ୍ତେ ଆସୁଥିବା ଟଙ୍କାର ସଠିକ ବିନିଯୋଗ ସହ ବିଦ୍ୟାଳୟ ପରିସରକୁ ବୃକ୍ଷରୋପଣ ମାଧ୍ୟମରେ ସରସ ସୁନ୍ଦର କରିବା ପାଇଁ ପ୍ରଧାନଶିକ୍ଷକଙ୍କୁ କହିଥିଲେ ।ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ ଜିଲ୍ଲାପରିଷଦ ପାଣ୍ଠିରୁ ସମସ୍ତ ଟଙ୍କା ଉଚ୍ଚ ବିଦ୍ୟାଳୟର ଉନ୍ନତି ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଥିଲେ ।ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି ପାଇଁ ଅଭିଭାବକ ମାନଙ୍କ ସହିତ ପୁରାତନ ଛାତ୍ର ଏବଂ ଗ୍ରାମବାସୀ ଆଗେଇ ଆସିବା ଉଚିତ ବୋଲି ବ୍ଲକ ଉନ୍ନୟନ ଅଧିକାରୀ ସ୍ୱାତିଲେଖା ଦାସ କହିଥିଲେ ।
ଆଜିର କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଅଧିକାରୀ ବସନ୍ତ କୁମାର ନାୟକ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ ,ବ୍ଲକ ସହକାରୀ ଯନ୍ତ୍ରୀ ଶରତଚନ୍ଦ୍ର ମଲ୍ଲିକ,କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ମଲ୍ଲିକ ,ପୂର୍ବତନ ଅବସରପ୍ରାପ୍ତ ଗୌରଚନ୍ଦ୍ର ସାହୁ ,ସରପଞ୍ଚ ଝିଲି ପ୍ରଧାନ ,ସମିତି ସଭ୍ୟ ବିଜନ ପାଇକରାୟ,ମୋ ସ୍କୁଲ ଅଭିଯାନ ସଭାପତି ପବିତ୍ର ମୋହନ ମିଶ୍ର ,ସାମ୍ବାଦିକ ଗଣେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ ।ପ୍ରଧାନଶିକ୍ଷକ ଦିପକ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ବିଦ୍ୟାଳୟର ଆବଶ୍ୟକତାକୁ ଭିତ୍ତି କରି ସ୍ଥାୟୀ ପ୍ରଧାନଶିକ୍ଷକ ଏବଂ ପିଅନ ଓ ରାତ୍ର ଜଗୁଆଳ ନିଯୁକ୍ତି ନିମନ୍ତେ ଅଭିଭାବକମାନେ ଦାବି କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!