Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାନ୍ଧୀ ଚେତନାର ସଫଳ ପ୍ରୟୋଗ କ୍ଷେତ୍ର ଓଡ଼ିଶା : ରାଜ୍ୟପାଳ

by ସଞ୍ଜୟ ସ୍ୱାଇଁ
March 30, 2021
in Feature News
ଓଡ଼ିଆ ଷ୍ଟୁଡିଓରେ ରାଜ୍ୟର ପ୍ରଥମ ନାଗରିକ
65
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହାତ୍ମା ଗାନ୍ଧୀଙ୍କ ଚେତନାର ସଫଳ ପ୍ରୟୋଗ ଓ ପ୍ରକାଶ ହୋଇଥିଲା ଓଡ଼ିଶାରେ । ଓଡ଼ିଶାର ଆତ୍ମିକ ଶକ୍ତି ଓ ସାମର୍ଥ୍ୟରୁ ସେ ପ୍ରେରଣା ସଂଗ୍ରହ କରିଥିଲେ । ମହାତ୍ମା ଗାଂଧି ବିଶେଷ ଭାବରେ ମଧୁବାବୁ ଓ ଗୋପବଂଧୁଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ମହାତ୍ମା ଗାଂଧିଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ଉପଲକ୍ଷେ ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଓଡ଼ିଶାରେ ମୁକ୍ତି ଆନ୍ଦୋଳନ ୧୯୫୭ର ବହୁ ପୂର୍ବରୁ ବିଭିନ୍ନ ସ୍ଥାନରେ ଚାଲିଥିଲା । ମହାତ୍ମା ଗାଂଧୀ ଯେଭଳି ଓଡ଼ିଶାର ସାମାଜିକ ଓ ରାଜନୀତିକ ଜୀବନକୁ ପ୍ରଭାବିତ କରିଛନ୍ତି; ସେ ମଧ୍ୟ ସେଭଳି ପ୍ରଭାବିତ ହୋଇଛନ୍ତି । ଓଡ଼ିଶା ଓ ଗାଂଧୀଜୀଙ୍କ ସଂପର୍କ ପୁନଃ ଆକଳନ ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ । ବିଶିଷ୍ଟ ଲେଖକ ତଥା ଅଧ୍ୟାପକ ଅଭିରାମ ବିଶ୍ୱାଳ ମହାତ୍ମା ଗାଂଧୀଙ୍କ ଓଡ଼ିଶା ଗସ୍ତ ସଂପର୍କରେ ବିସ୍ତୁତ ସୂଚନା ପ୍ରଦାନ କରି କହିଲେ ଯେ ଗାଂଧୀଙ୍କ ଆହ୍ୱାନ ଓ ସ୍ପର୍ଶରେ ସେତେବେଳର ଓଡ଼ିଶାରେ ସକରାତ୍ମକ ରୂପାନ୍ତରଣ ହୋଇଥିଲା । ତାଙ୍କ ପ୍ରଭାବରେ ଅନେକ ସ୍ଥାନୀୟ ଗାଂଧୀଙ୍କ ଆବିର୍ଭାବ ଓଡ଼ିଶାର ଜନଜୀବନରେ ନୂତନ ଆଲୋକ ଓ ପୁଲକ ଭରି ଦେଇଥିଲା । ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦା, ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ଚିତ୍ତରଂଜନ ମହାନ୍ତି, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅଧ୍ୟାପିକା ସ୍ନେହଲତା ପୃଷ୍ଟି ସଂଯୋଜନା କରିଥିଲେ । ପରେ ନାଜିଆ ଆଲମ୍, ପ୍ରେମ ଆନନ୍ଦ, ଶ୍ରୀଚରଣ ମହାନ୍ତି, ପ୍ରଜ୍ଞା, ସମୀକ୍ଷା ପ୍ରମୁଖ ଭକ୍ତି ସଂଗୀତ ପରିବେଷଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!