ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଂଜନ ଦାଶଙ୍କୁ ଡିଜିପି ଅଭୟ ଉକ୍ରଳ ଦିବସରେ ପୁରଷ୍କୃତ କରିବା ନେଇ ସୂଚନା ମିଳିଛି । ଚାନ୍ଦପୁର ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ଖଣିଖାଦାନରେ ଚୋରି କରୁଥିବା ଡକାୟତ, ଚୋରା ଖଣି ଚାଲାଣକୁ ରୋକିବା ଏବଂ ବହୁ ଚର୍ଚ୍ଚିତ ରାଜ୍ୟର ବିଖ୍ୟାତ୍ ଠକ କାହ୍ନୁକୁ ଗିରଫ୍ କରିବା ସଫଳ ହୋଇଥିଲେ ଚାନ୍ଦପୁର ଆଇଆଇସି । ଚାନ୍ଦପୁର ଅଞ୍ଚଳରୁ ଚୋରୀ ଓ ଡକାୟତୀ କାର୍ଯ୍ୟରେ ସଂପୃକ୍ତ ଆସାମୀ ମାନଙ୍କୁ ଗିରଫ୍ କରିବାରେ ଚାନ୍ଦପୁର ଥାନାର ଅବଦାନ ଦେଖିବାକୁ ମିଳିଥିଲା । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିଥିବା ଚାନ୍ଦପୁର ଆଇଆଇସିଙ୍କୁ ଡିଜିପି ଅଭୟ ଏପ୍ରିଲ ୧ ଉକ୍ରଳ ଦିବସ ଅବସରରେ ଜିଲ୍ଲାର ଶ୍ରେଷ୍ଠ ପୁଲିସ ଅଧିକାରୀ ଭାବେ ପୁରଷ୍କୃତ କରାଯିବ ବୋଲି ଜଣାଇଛନ୍ତି । ଏନେଇ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଚାନ୍ଦପୁର ଆଇଆଇସିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।






