ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ଭାଟସାହି ଗ୍ରାମକୁ ବିଜେପି ନେତ୍ରୀ ଇରାନୀ ରାୟ ଦୋଳ ଯାତ୍ରା ପାଈଁ ଯାଇଥିବା ବେଲେ ବିଜେପି କର୍ମୀଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ବିଜେପି କର୍ମୀଙ୍କ ଆକ୍ରମଣରେ ବିଜେଡିର ଦୁଇ ଜଣ ଆହତ ହୋଇଛନ୍ତି। ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଥାନରେ ମଧ୍ୟ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।






