ନୟାଗଡ଼,(ବାଘୁଆବାର୍ତ୍ତା): ବୋହୂକୁ ଶ୍ୱଶୁର ଯୌତୁକ ନିର୍ଯ୍ୟାତନା ଦେଉଥିବା ପୂର୍ବରୁ ଅଭିଯୋଗ ଆସୁଥିବା ବେଳେ ଏବେ କିଛିମାସ ହେଲା ବୋହୂକୁ ଶ୍ୱଶୁର ଦୁଷ୍କର୍ମ କରୁଥିବା ଭଳି ସାଂଘାତିକ ଅଭିଯୋଗ ହେଉଛି । ଜଣେ ଯୁବତୀଙ୍କ ସହିତ ଯୁବକଙ୍କ ବିବାହ ସ୍ତିର ହୋଇଥିଲା । ହେଲେ ଯୁବକ ଜଣକ ନିଜକୁ ବିବାହ ପର୍ଯ୍ୟନ୍ତ ସମ୍ଭାଳି ନପାରି ବିବାହ ପୂର୍ବରୁ ଉକ୍ତ ଯୁବତୀକୁ ଘରକୁ ଉଠାଇ ଆଣିଥିଲା । ହେଲେ ଘରେ ପହଞ୍ôଚଲା ପରେ ଶ୍ୱଶୁର ଉକ୍ତ ଯୁବତୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ବରପାଲି ଥାନା ଅଞ୍ଚଳରେ । ସୂଚନାନୁସାରେ, ଅଭିଯୋଗ କାରିଣୀଙ୍କ ସହିତ ବରପାଲି ଥାନା ଅନ୍ତର୍ଗତ ବାବୁପାଲି ଗାଁର ଯୁବକଙ୍କ ସହିତ ବିବାହ ସ୍ଥିର ହୋଇଥିଲା । ବିବାହ ହେବା ପୂର୍ବରୁ ଯୁବକ ଜଣକ ଡିସେମ୍ବର ୨୭ତାରିଖରେ ଯୁବତୀଙ୍କ ଘରୁ ଉଠାଇ ଆଣିଥିଲା । କିଛିଦିନ ପରେ ତାଙ୍କ ଶାଶୁ-ଶ୍ୱଶୁର ବିବାହରେ କିଛି ଯୌତୁକ ଆଣିନଥିବା ଆକ୍ଷେପ କରି ଗାଳି ଗୁଲଜ କରିଥିଲେ । ଏହାରି ଭିତରେ ଶ୍ୱଶୁର ତାଙ୍କ ପୁଅ ଦ୍ୱାରା ପିଲାଛୁଆ ହୋଇପାରିବ ନାହିଁ କହି, ଛୁଆ ହେବାର ପ୍ରଲୋଭନ ଦେଖାଇ ବୋହୂଙ୍କ ଅନିଚ୍ଛା ସ୍ୱତ୍ତେ ୪ଥର ଦୁଷ୍କର୍ମ କରିଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି ପିଡିତା । ବରପାଲି ଥାନା ଏକ ମାମଲା ଋଜୁ କରି ଶ୍ୱଶୁରକୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।






