ନୟାଗଡ଼,(ବାଘୁଆବାର୍ତ୍ତା): ବଡ଼ ଧରଣର ଚଢଉରେ ଫୁଲବାଣୀ ଅବକାରୀ ବିଭାଗକୁ ମିଳିଛି ସଫଳତା । ଦେଢ କ୍ୱିଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଥିବା ବେଳେ ୪ଜଣ ବ୍ୟବସାୟୀକୁ ଗିରଫ୍ କରିଛି ଅବକାରୀ ବିଭାଗ । ସୂଚନାନୁସାରେ, ଫୁଲବାଣୀ ଅଞ୍ଚଳରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ଓ ବ୍ୟବସାୟ ହେଉଥିବା ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ଡ଼ ବୃନ୍ଦା ଡିଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଆଜି ସକାଳୁ ପୁଲବାଣିର ବିଭିନ୍ନ ସ୍ଥାନରେ ଚଢଉ ହୋଇଥିଲା । ଖଜୁରୀପଡା ଆଡ଼କୁ ଏକ ସ୍କର୍ପିଓରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା । ସେଥିରୁ ୧୩୩କିଲୋ ଗଞ୍ଜେଇ ଜବତ କରିଥିବା ବେଳେ ବିଭିନ୍ନ ସ୍ଥାନରୁ ୫୫କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଦିଲ୍ଲିପ କୁମାର ବେହେରା, ଜିତେନ୍ଦ୍ର କୁମାର ବେହେରା, ଫୁଲବାଣୀ ଟାଉନ ଥାନା ଅଞ୍ଚଳର ଆକାଶ କୁମାର ଚୌଧୁରୀ ଓ ପ୍ରତାପ ଆଲଟିକାଙ୍କୁ ଗିରଫ୍ କରାଯାଇଥିବା ସୂଚନା ମିଳିଛି ।






