ପୁରୀ,(ବାଘୁଆବାର୍ତ୍ତା): ମହାମାରୀ କରୋନା ପୁଣି ଡରାଇବା ଆରମ୍ଭ କଲାଣି । କାୟା ମଧ୍ୟ ବିସ୍ତାରି ଚାଲିଛି । ଏହାକୁ ଦୃଷ୍ଟିରେ ଆସନ୍ତା ଏପ୍ରିଲ୍ ୪ତାରିଖ ପ୍ରତ୍ୟେକ ରବିବାର ଶ୍ରୀ ମନ୍ଦିର ଦ୍ୱାର ବନ୍ଦ ରହିବ । ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ହାର ବଢୁଥିବା ଯୋଗୁଁ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ଏଭଳି ନିଷ୍ପତ୍ତି ହୋଇଛି । ଏହାରି ଭିତରେ ଶ୍ରୀମନ୍ଦିର ବନ୍ଦ ରଖି ସାନିଟାଇଜେସନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କିଷନ କୁମାରଙ୍କ ଠାରୁ ସୂଚନା ମିଳିଛି । ପୂର୍ବରୁ ଛତିଶା ନିଯୋଗରେ ସାନିଟାଇଜେସନ୍ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା ।






