Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଥମ ପର୍ଯ୍ୟାୟ ଭୋଟ୍‌: ପଶ୍ଚିମବଙ୍ଗରେ ୮୦, ଆସାମରେ ୭୨% ମତଦାନ

by ସଞ୍ଜୟ ସ୍ୱାଇଁ
March 28, 2021
in NATIONAL NEWS
ପ୍ରଥମ ପର୍ଯ୍ୟାୟ ଭୋଟ୍‌: ପଶ୍ଚିମବଙ୍ଗରେ ୮୦, ଆସାମରେ ୭୨% ମତଦାନ
107
VIEWS
Share on FacebookShare on Twitter

କୋଲକାତା, (ବାଘୁଆବାର୍ତ୍ତା):  ପଶ୍ଚିମବଙ୍ଗ ଏବଂ ଆସାମ‌ରେ ଆଜି ପ୍ରଥମ ପର୍ଯ୍ୟାୟ‌ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ପଶ୍ଚିମବଙ୍ଗରେ ସନ୍ଧ୍ୟା ୬ଟା ସୁଦ୍ଧା ୭୯.୭୯ ପ୍ରତିଶତ ମତଦାନ ହୋଇଥିବା ବେଳେ ଆସାମରେ ୭୨.୩୦ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ୩୦ ଏବଂ ଆସାମରେ ୪୭ ଆସନ ପାଇଁ ଆଜି ଭୋଟ୍‌ ଗ୍ରହଣ ହୋଇଥିଲା। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। କଡ଼ା ସୁରକ୍ଷା ସତ୍ତ୍ବେ ଆଜି ଭୋଟ୍‌ ଗ୍ରହଣ ଦିବସରେ ପଶ୍ଚିମବଂଗର ବିଭିନ୍ନ ସ୍ଥାନରେ ହିଂସା ହୋଇଛି। ପଶ୍ଚିମ ମେଦିନାପୁରର କେଶିୟାରି ଅଞ୍ଚଳରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି। ଆଜି ସକାଳେ ତାଙ୍କର ମୃତଦେହ ଉଦ୍ଧାର ହେବାପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ବିଜେପି କର୍ମୀଙ୍କୁ ମଙ୍ଗଳ ସୋରେନ୍‌ ବୋଲି ଚିହ୍ନଟ କରାଯାଇଛି। ଅନ୍ୟପକ୍ଷେ ବିଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଛି। ଅଧିକାରୀ ଦାବି କରିଛନ୍ତି ଯେ, ଟିଏମ୍‌ସି ବ୍ଲକ୍‌ ସଭାପତି ରାମ ଗୋବିନ୍ଦ ଦାସଙ୍କ ନେତୃତ୍ବରେ କିଛି ଟିଏମ୍‌ସି କର୍ମୀ କୋଣ୍ଟାଇରେ ୩ଟି ବୁଥ୍‌ରେ ପୋଲ୍‌ ରିଗିଂ କରିଛନ୍ତି। ସେମାନେ ମଧ୍ୟ ସୌମେନ୍ଦୁ ଅଧିକାରୀଙ୍କ କାର୍‌ ଭଙ୍ଗାରୁଜା କରିଛନ୍ତି। ସେହିପରି ପୁରୁଲିଆରେ ନିର୍ବାଚନ କମିସନ୍‌ଙ୍କଏକ ଗାଡ଼ି ଜାଳି ଦିଆଯାଇଛି। ଭୋଟିଂର କିଛି ସମୟ ପୂର୍ବରୁ ପୂର୍ବ ମେଦିନୀପୁର ଜିଲ୍ଲାର ଭଗବାନପୁର ନିର୍ବାଚନମଣ୍ଡଳୀରେ ମଧ୍ୟ ହିଂସା ହୋଇଥିଲା। ଏଠାରେ ବୋମା ବିସ୍ଫୋରଣ ହେବା ସହ ଗୁଳି ଫୁଟିଥିଲା। ଫଳରେ ୨ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ପଶ୍ଚିମ ମେଦିନାପୁରରେ ସାଲ୍‌ବୋନି ବୁଥ୍‌ରେ ସିପିଆଇଏମ୍‌ ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜି ୨ ଜଣ ଆହତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇବାପାଇଁ ପୁଲିସ ଲାଠିଚାର୍ଜ କରିଥିବା ଖବର ମିଳିଛି। ଅନ୍ୟପକ୍ଷେ ଆସାମରେ ୪୭ ଆସନରେ ଭୋଟ୍‌ ଗ୍ରହଣ ସୁରୁଖୁରୁରେ ଶେଷ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ ଆଜି ଦିବ୍ରୁଗଡ଼ରେ ଭୋଟ୍‌ ଦେଇଛନ୍ତି। ପଶ୍ଚିମବଂଗରେ ୫୦ରୁ ଅଧିକ ବୁଥ୍‌ରେ ଆଜି ଇଭିଏମ୍‌ ତ୍ରୁଟି ଦେଖିବାକୁ ମିଳିଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!