Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲହଡ଼ି ମାଡ଼ରେ ଭାସି ଛାତ୍ର ମୃତ

by ସଞ୍ଜୟ ସ୍ୱାଇଁ
March 28, 2021
in Feature News
ଲହଡ଼ି ମାଡ଼ରେ ଭାସି ଛାତ୍ର ମୃତ
456
VIEWS
Share on FacebookShare on Twitter

ପୁରୀ,(ବାଘୁଆବାର୍ତ୍ତା):  ଶନିବାର ଦିନ ପୁରୀ ସମୁଦ୍ରରେ ଜଣେ ବଙ୍ଗୀୟ ଇଂଜିନିୟରିଂ ଛାତ୍ର ଭାସିଯାଇ ମୃତ୍ୟୁର ଶିକାର ହୋଇଛନ୍ତି। ୨୦ ବର୍ଷ ବୟସ୍କ ଏହି ଛାତ୍ରଙ୍କ ନାମ ଦେବରାଜ ମୁଖାର୍ଜୀ। ମିଳିଥିବା ସୂଚନାରୁ ଜଣାପଡ଼ିଛି, ଦେବରାଜଙ୍କ ପରିବାର ଲୋକେ ପଶ୍ଚିମବଙ୍ଗ ହାଓଡ଼ାରୁ ଆସି ଆଜି ପୁରୀରେ ପହଞ୍ଚିଥିଲେ। ଏଠାରେ ଏକ ହୋଟେଲରେ ସମସ୍ତ ଜିନିଷପତ୍ର ରଖି ସମୁଦ୍ରକୁ ଗାଧୋଇବାକୁ ଚାଲି ଯାଇଥିଲେ। ପରିବାର ସହିତ ଗାଧୋଉଥିବା ବେଳେ ରାଜ ଓରଫ ଦେବରାଜ ଲହଡ଼ି ମାଡ଼ରେ ଭାସିଯାଇଥିଲେ। ସେଠାରେ ଡିଉଟି କରୁଥିବା ଲାଇଫଗାର୍ଡମାନେ ରାଜଙ୍କୁ ଉଦ୍ଧାର କରି ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ହସ୍ପିଟାଲରେ ଡାକ୍ତର ଦେବଙ୍କୁ ମୃତ ଘୋଷଣା କରି ପୁଲିସକୁ ସୂଚନା ଦେଇଥିଲେ। ତେବେ ଦେବଙ୍କ ମୃତ୍ୟୁ ହୋଇ ସାରିଥିବା ବିଶ୍ବାସ କରିପାରୁନଥିଲେ ତାଙ୍କ ମା’। ଦେବରାଜଙ୍କ ଶବକୁ ଆଉଁଷି ଆଉଁଷି ମା’ ବାରମ୍ବାର ଡାକ୍ତରଙ୍କୁ ଡାକି ସଠିକ ଭାବେ ଦେଖିବାକୁ କହୁଥିଲେ। ତାଙ୍କ ବେଦନାକୁ ଅନୁଭବ କରି ଡାକ୍ତର ମଧ୍ୟ ଚାରି ଥର ଆସି ଦେବରାଜଙ୍କ ନାଡ଼ି ଚିପି ‘ଆଉ ନାହାନ୍ତି’ ବୋଲି କହିଥିଲେ। ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ରାଜଙ୍କ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲାରେ ବ୍ୟବଚ୍ଛେଦ କରାଇଛି। ଏହାକୁ ନେଇ ଡାକ୍ତରଖାନା ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!