Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୨ ଶହ ବୋତଲ କଫ ସିରପ ଜବତ, ୫ ଗିରଫ

by ସଞ୍ଜୟ ସ୍ୱାଇଁ
March 27, 2021
in Feature News
୧୨ ଶହ ବୋତଲ କଫ ସିରପ ଜବତ, ୫ ଗିରଫ
337
VIEWS
Share on FacebookShare on Twitter

ଝାରସୁଗୁଡ଼ା,(ବାଘୁଆବାର୍ତ୍ତା): ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଆଇନ ଭାବରେ କଫ ସିରପ (ୱିନସିରେକ୍ସ) ଚାଲାଣ କରୁଥିବା ଏକ ଗ୍ୟାଙ୍ଗକୁ ଝାରସୁଗୁଡା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୧୨ ଶହ ବୋତଲ କଫ ସିରପ, କଫ ସିରପ ଚଲାଣ ହେଉଥିବା ବୋଲେରୋ (ଓଆର-୨୩ଡି-୮୫୯୮) ଓ ୩ଟି ମୋବାଇଲ ଫୋନ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ଝାରସୁଗୁଡ଼ାର ଏସ କେ ଅମଜାଦ (୩୭), ଅଙ୍କୁଶ ଭଗତ(୨୮), ଏମ୍‌ ଡି ଗୁଲାମ ଅସରଫ (୨୯), ଭାରତ ସିଂ ୟାଦବ(୪୨), ସମ୍ବଲପୁରର ଅମିତ ସାହୁ (୨୯) ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ୫ଟାରେ ଝାରସୁଗୁଡ଼ା ପୁଲିସ ପକ୍ଷରୁ ଏସଆଇ ଏସ୍‌ଏସ୍‌ ଲୁଗୁନ ଓ ପୁଲିସ ଦଳ ବେହାରାମାଲରେ କୋଭିଡ୍‌ ଏନଫୋର୍ସମେଣ୍ଟ୍‌ ଡ୍ୟୁଟିରେ ଥିବାବେଳେ ଏକ ବୋଲେରୋରେ ୭ ଜଣ ସମ୍ବଲପୁର ପଟକୁ ଯାଉଥିଲେ। ପୁଲିସ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ସମୟରେ ୧୦ଟି ବଡ଼ ବଡ଼ ପ୍ୟାକେଟ୍‌ ମିଲିଥିଲା। ପ୍ୟାକେଟ୍‌ଟି ପୁଲିସ ହାତରେ ପଡିବା ପରେ ୨ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ୫ ଜଣଙ୍କୁ ପୁଲିସ କାବୁ କରି ନେଇଥିଲା। ପ୍ରତି ପ୍ୟାକେଟ୍‌ରେ ୧୨୦ ବୋତଲ ଲେଖାଏଁ ୧୨ ଶହ ବୋତଲ କଫ ସିରପ ବୋତଲ ମିଳଥିଲା। ସିରପଗୁଡିକ ବ୍ୟାନ୍‌ ହୋଇ ସାରିଥିବାବେଳେ ଏହା ବେଆଇନ ଭାବରେ ନିଶା କାରବାର ପାଇଁ ସୁନ୍ଦରଗଡରୁ ସମ୍ବଲପୁରକୁ ଚାଲାଣ ହେଉଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଫଳରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାସହ ସେମାନଙ୍କ ବିରୋଧରେ ଧାରା ୨୧ ବି ଏବଂ ୨୯ ଏନ୍‌ଡିପିଏସ ଆକ୍ଟରେ କେସ୍‌ ନମ୍ବର ୧୫୩ ରୁଜୁ କରି କୋର୍ଟ ଚାଲାଣ କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!