ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପୁଣି ବଢିଲା ବିଦ୍ୟୁତ୍ ଦର । ୟୁନିଟ୍ ପିଛା ସର୍ବନିମ୍ନ ୩୦ପଇସା ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଦର ଏପ୍ରିଲ୍ ୪ତାରିଖରୁ ଲାଗୁ ହେବ ବୋଲି ସୂଚନା ମିଳିଛି । ବିଦ୍ୟୁତ୍ ଦର ବୃଦ୍ଧିକୁ ଓଇଆରସି ପକ୍ଷରୁ ମଞ୍ଜୁରୀ ମିଳିଥିବା ବେଳେ ବିପିଏଲ ଓ ଜଳସେଚନ ହିତାଧିକାରୀମାନଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି । ସେହିପରୁି ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ।ପରିବର୍ତ୍ତିତ ରହିଛି । ଘରୋଇ ଓ ସିଙ୍ଗିଲ ଫେଜ୍ ଉପଭୋକ୍ତାଙ୍କ ପାଇଁ ବଦ୍ୟୁତ୍ ବିଲ୍ରେ ୨ପ୍ରତିଶତ ରିହାତି ରହିଛି ଏବଂ ଡିଜିଟାଲ ପେମେଣ୍ଟ କଲେ ମଧ୍ୟ ହିତାଧିକାରୀଙ୍କୁ ରିହାତି ମିଳିବ । ତତସହିତ ସମସ୍ତ ପ୍ରି-ପେଡ୍ ଉପଭୋକ୍ତାମାନଙ୍କୁ ମଧ୍ୟ ୨ପ୍ରତିଶତ ରହିତି ମିଳିବ ବୋଲି ସୂଚନା ମିଳିଛି ।






