ନୟାଗଡ଼,(ବାଘୁଆବାର୍ତ୍ତା): ବନ ବିଭାଗର ଅଜଣାତରେ କୋଟି କୋଟି ଟଙ୍କାର ସାପ ବିଷ କାରବାର ହେଉଥିବା ସୂଚନା ମିଳିଛି । ଯାହାଫଳରେ ଆଜି ବନ ବିଭାଗ ପାଖରେ ଖବର ଲାଗିବାରୁ ବନ ବିଭାଗ କୋଟିଏ ଟଙ୍କାରୁ ଉର୍ଦ୍ଧ ଟଙ୍କାର ସାପ ବିଷ ଜବତ କରିଛି । ସୂଚନାନୁସାରେ, ରାଜଧାନୀ ଭୁବନେଶ୍ୱରରେ ସାପ ବିଷ କାରବାର ହେଉଥିବା ନେଇ ବନ ବିଭାଗ ପାଖରେ ଖବର ପହଞ୍ôଚଥିଲା । ଏହାକୁ କାବୁ କରିବା ପାଇଁ ବନ ବିଭାଗ ଜାଲ ବିଛାଇଥିଲା । ନିଜେ ଗ୍ରାହାକ ସାଜି ସାପ ବିକ୍ରି କରିବାକୁ ର୍ୟାକେଟ୍ ସହିତ ଯୋଗାଯୋଗ କରିଥିଲେ । ପ୍ରଥମେ ଜୟଦେବ ବିହାରରେ ସାପ ବିଷ ବିକ୍ରି କରିବା ପାଇଁ ଡିଲ୍ ହୋଇଥିଲା । ପରେ ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳକୁ ଡାକିଥିଲେ । ସାପ ବିଷ କାରବାରରେ ୭ରୁ୮ଜଣ ସାମିଲ ଥିଲେ । ସେଥିରୁ ୨ଜଣ ମାର୍କେଟ ବିଲ୍ଡିଂ ନେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବ୍ୟାଗ୍ ଧରି ଆସିଥରଲା । ଅଭିଯୁକ୍ତ ମାନଙ୍କ ପାଖରେ ଥିବା ସାମଗ୍ରୀ ସାପ ବିଷ କି ନାହିଁ ତାହା ଜଣିବା ପାଇଁ ପାଥୋଲାବକୁ ପରୀକ୍ଷା ପାଇଁ ନେଇଥିଲେ । ୟୁନିଟ-୬ ଅଞ୍ଚଳରେ ପାଥୋଲାବରେ ପହଞ୍ôଚବା ପରେ ସେଠାରେ ସାପ ବିଷ ର୍ୟାକେଟକୁ କାବୁ କରିଥିଲା ବନ ବିଭାଗ । ଅଭିଯୁକ୍ତମାନେ ଓଡ଼ିଶା ବାଦ୍ ଅନ୍ୟ ରାଜ୍ୟରେ ମଧ୍ୟ ବଡ଼ ପରିମାଣର ଟଙ୍କା ନେଇ ସାପ ବିଷ ବିକ୍ରି କରୁଥିବା ନେଇ ସୂଚନା ମିଳିଛି । ରାଜଧାନୀରେ ୧କୋଟି ୩୦ଲକ୍ଷ ଟଙ୍କାର ସାପ ବିଷ ବିକ୍ରି ନେଇ ଡିଲ୍ ହୋଇଥିଲା । ବନ ବିଭାଗ ସମସ୍ତଙ୍କ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।






