Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଦାଧର ପ୍ରସାଦରେ ହତ୍ୟା

by ସଞ୍ଜୟ ସ୍ୱାଇଁ
March 27, 2021
in Breaking, Crime, Nayagarh
ଗଦାଧର ପ୍ରସାଦରେ ହତ୍ୟା
1.2k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା); ସୁଧ ଟଙ୍କାକୁ ନେଇ ବଚସା । ବଚସା ଉଗ୍ରରୂପ ନେବାରୁ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିକୁ ସେହି ଗାଁମର ବାପ ପୁଅ ଛୁରାରେ ଆକ୍ରମଣ କରିଥିଲେ । ଯାହାଫଳରେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଗଦାଧର ପ୍ରସାଦ ଅଞ୍ଚଳରେ । ସୂଚନାନୁସାରେ, ଇଟାମାଟି ଥାନା ଗଦାଧର ପ୍ରସାଦ ଗାଁର ଗୋଲ ରାଉତଙ୍କ ପାଇଁ ଗାଁ ସୋସାଇଟରୁ ରମେଶ କୁମାର ମୁଦୁଲି ସୁଧକୁ ଟଙ୍କା ଆଣି ଦେଇଥିଲେ । ହେଲେ ପ୍ରତିମାସରେ ଗୋଲ ରାଉତ ସୁଧ ଦେବାରେ ଅବେହଳା କରିବାରୁ ଶୁକ୍ରବାର ସଂଧ୍ୟାରେ ରମେଶ ଗୋଲଙ୍କ ସ୍ତ୍ରୀଙ୍କୁ ଯାଇ କହିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଗୋଲଙ୍କ ସ୍ତ୍ରୀ ବଚସା କରିବାରୁ ରମେଶ ଘରକୁ ଫେରି ଆସିଥିଲେ । ବିଳମ୍ବିତ ରାତିରେ ଯେତେ ବେଳେ ଗୋଲ ଘରକୁ ଫେରିଲେ ଏବଂ ସ୍ତ୍ରୀଙ୍କ ଠାରୁ ସବୁକଥା ଜାଣିବାପରେ ରମେଶଙ୍କ ପାଖକୁ ଯାଇ ଗଣ୍ଡଗୋଳ କରିଥିଲେ । ଉକ୍ତ ସମୟରେ ଗୋଲ ରାଉତଙ୍କ ପୁଅ ଲକ୍ଷ୍ମୀଧର ରାଉତ ଏକ ଧାରୁଆ ଛୁରି ନେଇ ରମେଶଙ୍କୁ ଆଟାକ୍ କରିଥିଲେ । ଯାହାଫଳରେ ବାପ ପୁଅଙ୍କ ଛୁରା ମାଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଇଟାମାଟି ପୁଲିସ ଶବ ଜବତ କରିବା ସହିତ ଏକ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ବାପ, ପୁଅ ଫେରାର ହୋଇଯାଇଥିବା ଜଣାପଡିଛି । ସେପଟେ ମେଡିକାଲରେ ଶବ ବେବଚ୍ଛେଦ ଚାଲିଛି ଏବଂ ତଦନ୍ତ ଚାଲିଛି ଯଥାଶୀଘ୍ର ଆସାମୀମାନଙ୍କୁ ଗିରଫ୍ କରାଯିବ ବୋଲି ଇଟାମାଟି ଥାନା ଅଧିକାରୀ ଦୀପକ୍ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!