ନୟାଗଡ଼,(ବାଘୁଆବାର୍ତ୍ତା): ଖଣ୍ଡପଡ଼ା ଓ ଗଣିଆ ବନ ବିଭାଗ କର୍ମଚାରୀମାନେ ମିଳିତ ଭାବେ କୁମ୍ଭାରପଡ଼ା ଗ୍ରାମର ମହେନ୍ଦ୍ର ପଣ୍ଡାଙ୍କ ଘର ଉପରେ ଚଢ଼ାଉ କରିଥିଲେ । ମହେନ୍ଦ୍ରଙ୍କ ପତ୍ନୀ ବନରକ୍ଷୀ ଅସ୍ମିତା ସେଠୀ ଓ ଜଲି ସାମଲଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ବନକର୍ମଚାରୀମାନେ ସେଠାରୁ ବିପୁଳ ପରିମାଣର କାଠ ଓ ପଟା ଜବତ କରିବା ସହ ମାଫିଆ ମହେନ୍ଦ୍ରକୁ ଗିରଫ କରିଥିବା ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି । ୨ ବନରକ୍ଷୀଙ୍କୁ ଆକ୍ରମଣ କରିଥିବା ନେଇ ମହେନ୍ଦ୍ରଙ୍କ ପତ୍ନୀ ନାମରେ ଖଣ୍ଡପଡ଼ା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ବନବିଭାଗ ମହେନ୍ଦ୍ରକୁ ଗିରଫ କରିଛି । ଅନ୍ୟପକ୍ଷେ, ଗତକାଲି ରାତିରେ ମହେନ୍ଦ୍ର ଦଶପଲ୍ଲାରୁ କାଠ ଚୋରା ଚାଲାଣ କରୁଥିବା ବେଳେ ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକଙ୍କୁ ପଥରମାଡ଼ କରିଥିବା ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍ଡି ସୂଚନା ଦେଇଛନ୍ତି ।






