ନୟାଗଡ଼,(ବାଘୁଆବାର୍ତ୍ତା): ଟିଉସନ ସାରି ଫେରୁଥିବା ବେଳେ ପ୍ରଥମ ଶ୍ରେଣୀ ଛାତ୍ର ଉପରେ ଚଢିଗଲା ଟଲର । ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ୨୦ନଂ ଜାତୀୟ ରାଜପଥ ଅନ୍ତର୍ଗତ ରାମଚନ୍ଦ୍ରପୁର ଥାନା ନୂଆଗାଁ ଛକ ନିକଟରେ ରହୁଥିବା ପ୍ରଭାତ ରଂଜନ ସାଙ୍କ ପୁଅ ଗୁଡୁଲୁ ପ୍ରଥମ ଶ୍ରେଣୀରେ ପାଠ ପଢନ୍ତି । ତେବେ ସେ ଆଜି ଭାରତ ବନ୍ଦ ଥିଲେ ମଧ୍ୟ ଘର ପାଖରେ ଥିବା ଟିଉସନକୁ ପଢିବାକୁ ଯାଇଥିଲେ । ଟିଉସନରୁ ଫେରିବା ବେଳେ କେନ୍ଦୁଝର ପଟୁ ଆସୁଥିବା ଏକ ଟଲର ଦ୍ରୁତ ଗତିରେ ଆସି ଛାତ୍ର ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ଛାତ୍ରର ଜୀବନ ଚାଲିଯାଇଥିଲା । ଟଲର ଚାଳକ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକ କାବୁ କରିଥିଲେ । ଖବର ପାଇ ରାମଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଛାତ୍ରର ମୃତ ଦେହ ଜବତ କରିଥିବା ବେଳେ ଟଲର ଡ୍ରାଇଭରକୁ ଗିରଫ୍ କରି ଟଲରକୁ ଥାନାକୁ ନେଇଥିବା ଜଣାପଡିଛି । ଆଜି ଭାରତ ବନ୍ଦ ଥିବା ସତ୍ୱେ କେମିତି ଟ୍ରକ ଯାତାୟତ କରୁଥିଲା ।






