ଭୁବନେଶ୍ବର,(ବାଘୁଆବାର୍ତ୍ତା): ବିଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ରୁଦ୍ରପ୍ରତାପ ମହରଥୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମା’-ବାପାଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ପିପିଲ ବିଧାନସଭା ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବାର ସୁଯୋଗ ମିଳିଛି। ମୁଖ୍ୟମନ୍ତ୍ରୀ ମୋ ଉପରେ ଭରସା ରଖିଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି। ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବି। ପିପିଲି-ଡେଲାଙ୍ଗ ମାଟିର ଲୋକଙ୍କ ଅଗ୍ରଗତି ଓ ପ୍ରଗତି ମୋ ପାଇଁ ଗୁରୁତ୍ବ ରହିବ। ମା’ଙ୍କ ଆଶୀର୍ବାଦ ସବୁବେଳେ ମୋ ସହ ରହିଛି। ମୁଁ ଟିକେଟ ପାଇବା ଯାହା, ମା’ ପାଇବା ତାହା। ବାପା-ମା’ଙ୍କ ବିନା ମୋର କିଛି ଅସ୍ଥିତ୍ବ ନାହିଁ।






