ନୟାଗଡ଼,(ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ପିପିଲି ବିଧାନସଭା ଆସନ ବିଧାୟକ ପ୍ରଦୀପ ମହାରଥିଙ୍କ ବିୟୋଗ ପରେ ଖାଲି ପଡ଼ିଥିବା ବେଳେ ଆଜି ବିଜୁ ଜନତା ଦଳ ପକ୍ଷରୁ ପ୍ରଦୀପଙ୍କ ପୁଅ ରୁଦ୍ରକୁ ପାର୍ଥୀ କରାଯାଇଛି । ରୁଦ୍ର ମହାରଥିଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ଟିକେଟ ଦେବା ପାଇଁ ସ୍ଥିର କରିଥିବା ସୂଚନା ମିଳିଛି । ଆସନ୍ତା ୧୭ ତାରିଖରେ ପିପିଲି ଆସନ ପାଇଁ ନିର୍ବାଚନ ହେବ ବୋଲି ସ୍ଥିର ହୋଇଛି । ଏହା ପୂର୍ବରୁ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପାଥୀ ଘୋଷଣା କରିଥିବା ଜଣାଯାଇଛି ।






