Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏପ୍ରିଲ୍‌ ୨ ମଧ୍ୟରେ ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ ପୁଣି ହୋଇପାରେ ଲକ୍‌ଡାଉନ୍ ‌: ଅଜିତ ପାୱାର

by ସଞ୍ଜୟ ସ୍ୱାଇଁ
March 26, 2021
in NATIONAL NEWS
ଏପ୍ରିଲ୍‌ ୨ ମଧ୍ୟରେ ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ ପୁଣି ହୋଇପାରେ ଲକ୍‌ଡାଉନ୍ ‌: ଅଜିତ ପାୱାର
366
VIEWS
Share on FacebookShare on Twitter

ମୁମ୍ବାଇ,(ବାଘୁଆବାର୍ତ୍ତା): ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଏପ୍ରିଲ୍‌ ୨ ତାରିଖ ପର୍ଯ୍ୟନ୍ତ ଯଦି ଏହି ଭଳି ଭାବେ କରୋନା ସଂକ୍ରମଣର ଆତଙ୍କ ଲାଗି ରହେ ତେବେ ରାଜ୍ୟରେ ଲକ୍‌ଡାଉନ୍‌ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ। ଆପଣ ଜାଣିଥିବେ ନିଶ୍ଚୟ ଯେ ଗତ କିଛି ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କେବଳ ଗୁରୁବାର ଦିନ ମହାରାଷ୍ଟ୍ରରେ ୩୧ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ଶୁକ୍ରବାର ୫୯ ହଜାର କରୋନା ଭାଇରସ୍‌ ହୋଇ ଏହା ୨୦୨୧ର ରେକର୍ଡ କରିଛି। ପୁଣେରେ ବର୍ତ୍ତମାନର କୋଭିଡ ପରିସ୍ଥିତିର ସମୀକ୍ଷା ବୈଠକ ପରେ ଅଜିତ ପାୱାର ଶୁକ୍ରବାର କହିଛନ୍ତି କି,‘ହୋଲି ପର୍ବ ପାଇଁ କଡ଼ା ପ୍ରତିବନ୍ଧକ ଲଗାଯାଇଛି। ସାରା ରାଜ୍ୟରେ ହୋଲି ସମୟରେ ଅତ୍ୟଧିକ ଭିଡ଼ ହେବା ଉଚିତ୍ ନୁହେଁ।’ ଅଜିତ ପାୱାର ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଲକ୍‌ଡାଉନ୍‌କୁ ଏଡ଼େଇବା ପାଇଁ ଶାରୀରିକ ଦୂରତ୍ବ ଓ ଅନ୍ୟ କୋଭିଡ୍‌ ନିୟମ ପାଳନ କରନ୍ତୁ। ନଚେତ ଆସନ୍ତା ସପ୍ତାହରୁ ଲକ୍‌ଡାଉନ୍‌ର ସମ୍ମୁଖୀନ ହେବେ। ମଲ୍, ବଜାର ଏବଂ ସିନେମା ପ୍ରେକ୍ଷାଳୟଗୁଡ଼ିକରେ ୫୦% ନିୟମକୁ କଡ଼ାକଡ଼ି ଭାବରେ ବଜାୟ ରଖିବା ଉଚିତ୍। ବିବାହ ସମାରୋହ ପାଇଁ ପରିବାର ସଦସ୍ୟଙ୍କ ସମେତ କେବଳ ୫୦ ଅତିଥିଙ୍କୁ ଅନୁମତି ରହିଛି ବୋଲି ପାୱାର କହିଛନ୍ତି।

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!